ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଅଙ୍କିତା ଲୋଖଣ୍ଡେଙ୍କ ଫେସବୁକ ପେଜରେ ଶ୍ରମିକଙ୍କ ନମ୍ବର, ଅହରହ ଆସୁଛି କଲ...ଥାନାରେ ଅଭିଯୋଗ

Published By : Prameya-News7 Bureau | July 07, 2020 IST

ମୁମ୍ବାଇ ୦୭/୦୭ : ଟାଇଲ୍ସ କାମ କରୁଥିବା ଜଣେ ଶ୍ରମିକ କିଛି ଦିନ ହେଲା ଫୋନ କଲକୁ ନେଇ ଖୁବ ହଇରାଣ ହେଉଛି | ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ପାଖକୁ ଏହିସବୁ କଲ ଆସୁଛି | ଦିନ ରାତି ଅହରହ ଫୋନ ଆସିବାରୁ ସେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଏନେଇ ଶ୍ରମିକ ଥାନାରେ ଅଭିଯୋଗ କରିବା ପରେ ମାମଲାର ଯାଞ୍ଚ ଆରମ୍ଭ କରିଥିବା ପୋଲିସ ସାଇବର ସେଲ କହିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ନାଁରେ ହୋଇଥିବା ଫେସବୁକ ପେଜରେ ଶ୍ରମିକର ମୋବାଇଲ ନମ୍ବର ଦିଆଯାଇଛି | ସେଇଠି ସବୁ ଗଡବଡ ହୋଇଛି |

{"id":297262,"sizeSlug":"large"}

ରାଜ୍ୟ ସାଇବର ସେଲର ପୋଲିସ ଅଧିକ୍ଷକ ଜିତେନ୍ଦ୍ର ସିଂହ ସୋମବାର ଦିନ କହିଥିଲେ ଯେ ସବୁବେଳେ ଫୋନ ଆସିବାରୁ ବିରକ୍ତ ହୋଇ ଶ୍ରମିକ ଜଣକ ଥାନାରେ ଅଭିଯୋଗ କରିଥିଲେ | ପ୍ରାଥମିକ ଯାଞ୍ଚରେ ପୋଲିସ ଅଧିକ୍ଷକ କହିଛନ୍ତି ଯେ ଫେସବୁକରେ ଅଙ୍କିତା ଲୋଖଣ୍ଡେଙ୍କ ନାଁରେ ଏକ ପେଜ ଅଛି ଯେଉଁଥିରେ ଏବାଓଟ ସେକ୍ସନରେ ଶ୍ରମିକଙ୍କ ଫୋନ ନମ୍ବର ଅଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଏହି ନମ୍ବରକୁ ପ୍ରତିଦିନ ଶହ ଶହ କଲ ଆସୁଛି | ଶ୍ରମିକ ଫୋନ ରିସିଭ କରିବା ପରେ ନିଜ ପରିଚୟ ଦେବା ପରେ କିଛି ଲୋକ ଫୋନ କାଟିଦିଅନ୍ତି | ଆଉ କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରନ୍ତି |

{"id":297263,"sizeSlug":"large"}

ସେ କହିଛନ୍ତି ଯେ ଅଙ୍କିତା ଲୋଖଣ୍ଡେଙ୍କ ଫେସବୁକ ପେଜରେ ୪୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି | ଘଟଣା ସମ୍ପର୍କରେ ଜାଣିବା ପରେ ମେସେଞ୍ଜର ଜରିଆରେ ପେଜର ସଞ୍ଚାଳକଙ୍କୁ ମେସେଜ ପଠାଯାଇଥିଲା | କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ମେସେଜର କୌଣସି ଜବାବ ଆସିନଥିବା ପୋଲିସ ଅଧିକ୍ଷକ କହିଛନ୍ତି | ତେବେ ଫେସବୁକ ଜରିଆରେ ପେଜ କିଏ ଚଳାଉଛି ତାହା ସେ ପତା କରି ଆଗାମୀ ପଦକ୍ଷେପ ନେବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.