Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ; ଶ୍ରମ ବିଭାଗର ବାର୍ଷିକ ବିବରଣୀ ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ

1/05/2018 at 10:11 AM

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ । ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଶ୍ରମିକଙ୍କ ଭୂମିକାକୁ ଗୁରୁତ୍ବ ଦେଇ ସେମାନଙ୍କ କର୍ତବ୍ୟନିଷ୍ଠାର ପ୍ରଶଂସା କରିଥିଲେ । ଉଲ୍ଲେଖନୀୟ କାମ କରି ସୁନାମ ଅର୍ଜନ କରିଥିବା ୪ଜଣ ଶ୍ରମିକ ନେତାଙ୍କୁ ବିଜୁ ଶ୍ରମିକ ବନ୍ଧୁ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଶ୍ରମିକ ସାରଥୀ, ରେଡିଓ କାର୍ଯ୍ୟକ୍ରମ ଶିଶୁ ଶ୍ରମିକ, କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ଲୋକସେବା ଅଧିକାର ପୋର୍ଟାଲ, ଶ୍ରମିକଙ୍କୁ ସଚେତନ କରିବାକୁ ୱେବସାଇଟ୍ ନିର୍ମାଣ ଶ୍ରମିକ ଡଟ୍ କମ୍, ଶ୍ରମ କଲ୍ୟାଣ ବୁଲେଟିନ୍ ଓ ଶ୍ରମ ବିଭାଗର ବାର୍ଷିକ ବିବରଣୀ ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ୧୭ଟି ଯୋଜନାରେ ୧୧ଲକ୍ଷ ୫୨ ହଜାର ହିତାଧିକାରୀଙ୍କୁ ୮୧୪ କୋଟି ଟଙ୍କା ସହାୟତା ପ୍ରଦାନ କରିସାରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଆଇନଗତ ଅଧିକାରର ସୁରକ୍ଷା ଦିଗରେ ସରକାର ଯତ୍ନବାନ । ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ୯ହଜାର ଶିଶୁଙ୍କୁ ଋତୁକାଳୀନ ଛାତ୍ରାବାସରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । …

Leave a Reply

   Related Posts