ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଶ୍ରମିକଙ୍କ ମୃତଦେହ ଗଂଜାମ ଆସିଛି

Published By : Prameya-News7 Bureau | August 06, 2018 IST

ଆଜି ମୃତକଙ୍କ ମରଶରୀରକୁ ଗଞ୍ଜାମ ଅଣାଯାଉଛି। ଗାଁ ଲୋକଙ୍କ ସହାୟତାରେ ମରଶରୀରକୁ ପରିବାର ଲୋକେ ଆଣୁଛନ୍ତି। ୩ ଜଣ ମୃତକ ହେଲେ ରମ୍ଭା ଥାନା ବନ୍ଧତଳ ନୂଆଗାଁ ର ଦୁର୍ଯୋଧନ ନାହାକ,ମନୋରଞ୍ଜନ ନାହାକ ଏବଂ ରାଧାଗୋବିନ୍ଦପୁର ଗାଁର ଭୀମ ନାହାକ। ଗତ ଶୁକ୍ରବାର ପଥର ଖାଦାନରେ ବିସ୍ଫୋରଣ ଘଟି ଗଞ୍ଜାମ ଜିଲ୍ଲାର ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଅନ୍ୟ ୩ଜଣ ଆହତ ହୋଇଥିଲେ। ଆହତ ୩ଜଣ ହେଲେ ଡିଆଁଡେଇଁ ଗାଁର ରାଜେନ୍ଦ୍ର ନାହାକ,ବନ୍ଧତଳ ଗାଁର ରାମଚନ୍ଦ୍ର ନାହାକ ଓ ପାଣ୍ଡବ ଲେଙ୍କା। ୧୦ମାସ ହେଲା ଏମାନେ ସେଠାରେ କାମ କରୁଥିଲେ। ସେପଟେ ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳକୁ ଗଞ୍ଜାମ ଜିଲ୍ଲାର ଶ୍ରମ ଅଧିକାରୀ ବାବୁଲାଲ ପାତ୍ରଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ୍ କୁର୍ଣ୍ଣୁଲ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.