Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

Lockdownରେ ଅଟକି ରହିଥିବା ଶ୍ରମିକଙ୍କୁ ରାଜ୍ୟଭିତରେ ଆତଯାତ ଲାଗି ମିଳିଲା ସର୍ତ୍ତମୂଳକ ଅନୁମତି

19/04/2020 at 5:05 PM

ନୂଆଦିଲ୍ଲୀ ୧୯।୪: କରୋନା ଲକଡାଉନ୍ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ଶ୍ରମିକ ସେମାନଙ୍କ ଗନ୍ତବ୍ୟ ଉଦ୍ଦେଶ୍ୟରେ ଯିବା ଲାଗି ଅପେକ୍ଷା କରି ରହିଛନ୍ତି। ତେବେ ରାଜ୍ୟଭିତରେ ସେମାନଙ୍କ ଚଳାଚଳ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଯେଉଁ ଶ୍ରମିକମାନେ ଲକଡାଉନ୍‌ରେ ସେମାନଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି, ସେମାନେ ନିଜନିଜ କାର୍ଯ୍ୟସ୍ଥଳକୁ ଏପ୍ରିଲ ୨୦ ତାରିଖ ପରେ ଯାଇ ଆସି ପାରିବେ ବୋଲି କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା କହିଛନ୍ତି।

କେନ୍ଦ୍ର ଗୃହ ସଚିବଙ୍କ ଅନୁସାରେ ଏପ୍ରିଲ ୨୦ ତାରିଖରୁ କଣ୍ଟାମିନେଟ୍ ଜୋନ ବାହାରେ ଗତିବିଧି ଲାଗି ଅନୁମତି ଦିଆଯାଇଛି। ଏଣୁ ଏଭଳି ପ୍ରବାସୀ ଶ୍ରମିକମାନଙ୍କୁ ଏବେ ଉଦ୍ୟୋଗ, ଉତ୍ପାଦନ, ନିର୍ମାଣ ଓ ମନରେଗା କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ।

ଏଭଳି ହଜାର ହଜାର ଶ୍ରମିକ ଏବେ ବିଭିନ୍ନ ରାଜ୍ୟ ସରକାରଙ୍କ ରିଲିଫ ଓ ପୁନର୍ବାସ କ୍ୟାମ୍ପମାନଙ୍କରେ ରହୁଛନ୍ତି। ଏଣୁ ସେମାନଙ୍କୁ ସ୍ଥାନୀୟ  କର୍ତ୍ତୃପକ୍ଷ ପଞ୍ଜିକରଣ କରି ସେମାନଙ୍କ କାର୍ଯ୍ୟ ଅଭିଜ୍ଞତା ଆଧାରରେ ବିଭିନ୍ନ କାମରେ ଲଗାଇ ପାରିବେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ରାଜ୍ୟ ଭିତରେ ନିଜ କାର୍ଯ୍ୟସ୍ଥଳକୁ ପହଞ୍ଚିବାକୁ ଚାହୁଁଛନ୍ତି ସେମାନଙ୍କୁ ପରିବହନ କରି ସେମାନଙ୍କ କାର୍ଯ୍ୟସ୍ଥଳରେ ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି।  ତେବେ ଏଥିଲାଗି ସେମାନଙ୍କର ପ୍ରଥମ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗୃହସଚିବ କହିଛନ୍ତି।   

   Related Posts