Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ଲକ୍ ଡାଉନ୍‌ରେ ଦେଶରୁ ଶ୍ରମିକ ଉଭାନ, ସଙ୍କଟରେ ମାଲ ପରିବହନ ଶିଳ୍ପ

30/03/2020 at 6:49 PM

ନୂଆଦିଲ୍ଲୀ ୩୦।୩:  ଦେଶରେ କରୋନା ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଫଳରେ ମାଲ ପରିବହନ ଉଦ୍ୟୋଗ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଲକ୍ ଡାଉନ୍‌ରେ କାମ ମିଳିବାର ଅନିଶ୍ଟିତତାରେ ଶ୍ରମିକମାନେ ପଳାୟନ କରିଛନ୍ତି। ଏଣୁ ବିଭିନ୍ନ ସ୍ଥାନରେ ମାଲ ଚଢାଇବା ଏବଂ ଓହ୍ଲାଇବାକୁ ଶ୍ରମିକ ମିଳୁନଥିବାରୁ ଶହ ଶହ ଗାଡି ଖାଲି ହୋଇ ନପାରି ଛିଡା ହୋଇ ରହିଛନ୍ତି।

ରାଜ୍ୟ, ସହର, ଜିଲ୍ଲା ଏପରିକି ଗାଁ ପର୍ଯ୍ୟନ୍ତ ଦିନ ରାତି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ମାଲ ପରିବହନ ଉଦ୍ୟୋଗ ପୂର୍ବରୁ ମଧ୍ୟ ସମସ୍ୟାଗ୍ରସ୍ତ। ଏଥିରେ ଦେଶର ସହରାଞ୍ଚଳମାନଙ୍କରୁ ଲକ୍ଷ ଲକ୍ଷ ଶ୍ରମିକ ରାତା ରାତ ଉଭାନ ହୋଇଯିବା ନୂଆ ସମସ୍ୟା ସୃଷ୍ଟି କରିଛି। ପରିବହନ ବ୍ୟବସାୟରେ ଆବଶ୍ୟକ ସାମଗ୍ରୀର ଲୋଡିଂ ଅନଲୋଡିଂ ଲାଗି ଟ୍ରକ କର୍ମଚାରୀ ଓ ମାଲିକ ଏବେ ଚିନ୍ତାରେ ପଡିଯାଇଛନ୍ତି।

ଦେଶରେ ମାଲ ପରିବହନ ଲାଗି ଟ୍ରକ ଯାତାୟାତ ଉପରୁ ସରକାର କଟକଣା କାଢି ନେଇଛନ୍ତି। ହେଲେ ଲକ୍ ଡାଉନ ଜନିତ ପରିସ୍ଥିତିରେ ଉତ୍ତେଜନା ଓ ସୁରକ୍ଷାଗତ କାରଣ ଲାଗି ଟ୍ରକ ଡ୍ରାଇଭର ଓ ହେଲପରମାନେ ସଡକକୁ ଉଠିବାକୁ ସାହାସ କରିପାରୁନାହାନ୍ତି। ତେବେ ଶ୍ରମିକ ସଂକଟ ଯୋଗୁ ଏହି ବିଶାଳ ଉଦ୍ୟୋ ଉପରେ ଘୋଟି ଆସିଥିବା କଳାବାଦଲ ନିକଟ ଭବିଷ୍ୟତରେ ହଟିବା ପରି ମନେ ହେଉ ନାହିଁ।

ଦେଶରେ ୧୨୩ଲକ୍ଷ ୪୭ ହଜାରରୁ ଅଧିକ ନ୍ୟାସନାଲ ପରିମିଟ୍ ଥିବା ଟ୍ରକ୍ ମାଲ ପରିବହନ ସହ ସମ୍ପୃକ୍ତ ଅଛନ୍ତି। ଟ୍ରକ ଅପରେଟରଙ୍କ ଏକ ହିସାବରୁ ନ୍ୟାସନାଲ ପରିମିଟ୍ ଥିବା ପ୍ରାୟ ୪ରୁ ୫ ଲକ୍ଷ ଟ୍ରକ୨୪ ମାର୍ଚ୍ଚ ରାତି ୮ଟା ବେଳେ ହୁଏତ ଅଧରାସ୍ତାରେ ଥିଲେ ଅଥବା ମାଲ ନେଇ ବାହାରି ସାରିଥିଲେ। ଏଣୁ ରାସ୍ତାରେ ଲକ୍ ଡାଉନ୍ ଘୋଷଣା ଯୋଗୁ ଯିଏ ଯେଉଁଠି ଅଟକି ଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ଏପରି ଘୋଷଣା କରିବା ପୂର୍ବରୁ ଏହି ସବୁ ଟ୍ରକମାନଙ୍କରେ ବୋଝେଇ ଅତ୍ୟାବସକୀୟ ସାମଗ୍ରୀର କ’ଣ ହେବ ସେ ନେଇ ଟିକେ ଚିନ୍ତା ବି କଲେନି ବୋଲି ଅଲ ଇଣ୍ଡିଆ ଟ୍ରକ୍ ଟ୍ରାନ୍ସପୋର୍ଟ କଂଗ୍ରେସସଭାପତି କୂଲତରଣ ସିଂ ଅଟୱାଲ କହିଛନ୍ତି।

ଏବେ ବିଭିନ୍ନ ସ୍ଥାନରେ ଟ୍ରକରେ ପଡି ପଡି ଏହି ସବୁ ଅତ୍ୟାବସକୀୟ ସାମଗ୍ରୀ ନଷ୍ଟ ହେଉଥିବା ବେଳେ ତାର କ୍ଷତିଭରଣା କିଏ କରିବ ତାହା ଏବେ ଚିନ୍ତାର କାରଣ ପାଲଟିଛି। କରୋନାର ବିପଦ ସାଧାରଣ ଜନତାଙ୍କ ଉପରେ ଯେତିକି ଟ୍ରାନ୍ସପୋର୍ଟରଙ୍କ ଉପରେ ମଧ୍ୟ ସେତିକି ରହିଛି। ଏହି ମହାମାରୀ ମୁକାବିଲାରେ ଆମେ ବି ସରକାରଙ୍କ ସହ ଅଛୁ। ଦେଶରେ ୧୩୦ କୋଟି ଲୋକେ ବସବାସ କରୁଛନ୍ତି। ୩ ସପ୍ତାହ ସେମାନେ ଘରେ କବାଟ କିଳି ରହିବା ଲାଗି ଯେତିକି ଖାଦ୍ୟ ସାମଗ୍ରୀ ଏବଂ ଔଷଧର ଆବଶ୍ୟକତା ଅଛି ତାହା ଯଦି ଘରେ ନ ପହଞ୍ଚିବ ତେବେ କରୋନା ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ନ ହେବ ତାଠୁ ଅଧିକ ଲୋକେ ଖାଇବାକୁ ନ ପାଇ ମରିଯିବେ ବୋଲି ଅଟୱାଲ ଆଶଙ୍କାବ୍ୟକ୍ତ କରିଛନ୍ତି।

ଜାତୀୟ ଲକ୍ ଡାଉ ଘୋଷଣା ଯୋଗୁ ରାଜ୍ୟମାନେ ଯେପରି ସଡକ ସମ୍ପର୍କ ଭାଙ୍ଗିଛନ୍ତି ତାହା ଦେଶର ଲକ୍ଷ ଲକ୍ଷ ଡ୍ରାଇଭରଙ୍କୁ ସଂକଟରେ ପକାଇ ଦେଇଛି। ପୋଲିସ ସୀମାକୁ ସିଲ କରି ରଖିଥିବା ବେଳେ ଉଭୟ ପାର୍ଶ୍ୱରେ ହଜାର ହଜାର ଟ୍ରକ ଧାଡିବାନ୍ଧି ଅଟକି ରହିଛନ୍ତି। ପ୍ରଧାନମନ୍ତ୍ରୀ ଲକ୍ ଡାଉ ଘୋଷଣା ବେଳେ ରାସ୍ତାରେ ଥିବା ଟ୍ରକ୍‌ମାନଙ୍କ ଲାଗି ଏହି ନିୟମ ଲାଗୁ ହେବ କି ନା ତାହା ସେ ନେଇ ସ୍ପଷ୍ଟ କିଛି କହିନଥିଲେ। ଏଣୁ ବଣ ଜଙ୍ଗଲରେ ଟ୍ରକ୍‌ମାନେ ରାଜରାସ୍ତାରେ ଫଶି ରହିଥିବା ବେଳେ ଡ୍ରାଇଭର ଓ ହେଲପର ଭୋକ ଉପାସରେ ଅଛନ୍ତି।

ଜାତୀୟ ରାଜମାର୍ଗରେ ଢାବାମାନଙ୍କୁ ସରକାର ଜୋର ଜବରଦସ୍ତ ବନ୍ଦ କରିଦେଇଛନ୍ତି। ଫଳରେ ଏପରି ଅବସ୍ଥା ଉପୁଜିଥିବା ଅଟୱାଲ କହିଛନ୍ତି। କେବଳ ଢାବା ନୁହେଁ  ଜାତୀୟ ରାଜପଥରେ ମୋଟରମେକାନିକ ଦୂରର କଥା ଏବେ ଟାୟାରରେ ପମ୍ପଦେବାର ବି ସୁବିଧା ନାହିଁ। ସରକାରଙ୍କ ସହ ତାଳ ମିଳାଇ ରେଳବାଇ ମଧ୍ୟ ପାସେଞ୍ଜର ଟ୍ରେନ ସେବା ବାତିଲ କରିଦେଇଛନ୍ତି। ଫଳରେ ସାରା ଦେଶର ଭାର ଟ୍ରକ୍ ଉପରେ ପଡିଛି। ଚାଲି ଚାଲି ଘରକୁ ଫେରୁଥିବା ଲୋକେ ରାସ୍ତା ଘାଟରେ ମେଳି ହୋଇ ଟ୍ରକ୍ ଅଟକାଉଛନ୍ତି। ଏଥିରେ ଗ୍ରାମାଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜମାର୍ଗରେ ଲୋକେ ଟ୍ରକ୍ ଲୁଟପାଟ ବି କରୁଛନ୍ତି। ଫଳରେ ଲକ୍ଷ ଲକ୍ଷ ଟ୍ରକ୍ ଡ୍ରାଇଭର ଓ କର୍ମଚାରୀଙ୍କ ଜୀବନ ଏବେ ବିପଦରେ ପଡି ଯାଇଛି।

   Related Posts