Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ତାତିଲେ, ମାତିଲେ, ଘେରିଲେ ନିର୍ମାଣ ଶ୍ରମିକ : ସମ୍ବଲପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ୪ଘଣ୍ଟା ଅବରୋଧ

6/12/2019 at 4:56 PM

ସମ୍ବଲପୁର ୬।୧୨: ସମ୍ବଲପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୀର୍ଘ ୪ଘଣ୍ଟା ଧରି ଘେରାଉ କଲେ ୧୦ହଜାରରୁ ଅଧିକ ଶ୍ରମିକ । ଆନ୍ଦୋଳନଙ୍କୁ ଓହ୍ଲାଇଥିବା ଶ୍ରମିକଙ୍କ ଅଭିଯୋଗ ହେଲା ସମ୍ବଲପୁର ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି । ଗରିବ ନିର୍ମାଣ ଶ୍ରମିକମାନଙ୍କୁ ନାମ ପଞ୍ଜିକରଣ କରିବାକୁ ହେଲେ ୨ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେବାକୁ ପଡ଼ୁଛି । ସେହିଭଳି ଜିଲ୍ଲାରେ ଲେବରକାର୍ଡ଼ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କହିବା କଥା ସମସ୍ତ ଅଭିଯୋଗର ତଦନ୍ତ ହେବ ।

ଦୀର୍ଘ ଦିନର ଅସନ୍ତୋଷ, ଶେଷରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କଲା । ତାତିଲେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନିର୍ମାଣ ଶ୍ରମିକ । ଇଏ ହେଉଛି ସମ୍ବଲପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସାମ୍ନାର ଚିତ୍ର । ଯେଉଁଠି ଏକାଠି ହୋଇଥିଲେ ୧୦ହଜାରରୁ ଅଧିକ ନିର୍ମାଣ ଶ୍ରମିକ । ପାଖାପାଖି ୩୦ଟି ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତାଙ୍କର ଅସନ୍ତୋଷ ଜଣାଇଥିଲେ । ୨୦୧୬ରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା କରାଯାଉଥିବା ବେଳେ ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ ।

ଦୀର୍ଗ ୪ଘଣ୍ଟା କାଳ ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଆସିଥିଲେ ଅତିରିକ୍ତ ଶ୍ରମ କମିଶନର । ତେବେ ଶ୍ରମିକମାନଙ୍କ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଶ୍ରମିକମାନେ ।

ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଜିଲ୍ଲାସ୍ତରରେ ସେସବୁର ସୁଫଳ କେମିତି ପ୍ରକୃତ ନିର୍ମାଣ ଶ୍ରମିକମାନଙ୍କ ପାଖରେ ପହଞ୍ଚିବ ସେନେଇ ଶ୍ରମ ଅଧିକାରୀମାନେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ଯାହା ଏଭଳି ଶ୍ରମିକ ଅଶାନ୍ତିର ମୂଳ କାରଣ ବୋଲି କୁହାଯାଇପାରେ ।

   Related Posts