୧୧ ଦଫା ଦାବି ନେଇ କୋଇଲାଖଣି ମଜଦୁର ସଂଘର ଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର

Published By : Prameya-News7 Bureau | November 28, 2020 IST

ଅନୁଗୁଳ ୨୮।୧୧ : ୧୧ ଦଫା ଦାବି ନେଇ ଲିଙ୍ଗରାଜ କୋଇଲାଖଣି ମଜଦୁର ସଂଘ ପକ୍ଷରୁ ଧାରଣା । ଲିଙ୍ଗରାଜ ଜିଏମ୍‌ ଅଫିସ ଆଗରେ ମଜଦୁର ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

{"id":369011,"sizeSlug":"large"}

ଖବର ଅନୁଯାୟୀ, ଲିଙ୍ଗରାଜ କୋଇଲାଖଣି ମଜଦୁର ସଂଘ ୧୧ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ରହିଛି ,  ଏମ୍‌ସିଏଲ୍‌ କଲୋନୀ ପରିସରରେ ବେଆଇନ୍‌ ଭାବେ ଗୃହ ନିର୍ମାଣ କରିଛନ୍ତି କିମ୍ବା ବେଆଇନ୍‌ ଭାବେ ଘର ଅଧିଗ୍ରହଣ କରିଛନ୍ତି । ସେମାନଙ୍କୁ ତୁରନ୍ତ ଉଚ୍ଛେଦ କରାଯାଉ । ସେହିପରି ଲାଙ୍ଗରାଜ ଏବଂ ଦେଉଳବେଡ଼ା କଲୋନୀ ପରିସରକୁ ପାଚେରୀ ନିର୍ମାଣ କରିବା ସହ ସ୍ୱରେଜ ସିଷ୍ଟମ ଠିକ୍‌ କରିବା । ଆଇଟିଆଇ ଛକ ଠାରୁ ଲିଙ୍ଗରାଜ ଜିଏମ୍‌ ଅଫିସ ପର୍ଯ୍ୟନ୍ତ ଥିବା ରାସ୍ତା, ଆଲୁଅ ବ୍ୟବସ୍ଥାକୁ ସଜାଡିବା, ସୁରକ୍ଷା ବ୍ୟବସ୍ଥା ଓ ଶ୍ରମିକମାନଙ୍କୁ ପଦୋନ୍ନତି ଆଦି ଦାବି ରହିଛି । ଏସମ୍ପର୍କୀୟ ଏକ ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.