ଭୁଲିଗଲେ ମାନବିକତା ! ମରି ଯାଇଥିବା ଭାବି ଇବ୍ ନଦୀକୁ ଫିଙ୍ଗିଦେଲେ ରୋଗୀଙ୍କୁ

Published By : Prameya-News7 Bureau | June 17, 2018 IST

ମାନବିକତା ଭୁଲିଗଲା ମଣିଷ। ଚିକିତ୍ସା ପାଇଁ ବୁର୍ଲା ନେଉଥିବା ବେଳେ ଜଣେ ରୋଗୀର ମୃତ୍ୟୁ ପରେ ତାକୁ ଇବନଦୀ କୁ ଫିଙ୍ଗିଦେଲେ ୪ ସହଯୋଗୀ ଶ୍ରମିକ। ଘଟଣା ଘଟିଛି ଝାରସୁଗୁଡା ଜିଲ୍ଳା ବନହାରପାଲି ଅଞ୍ଚଳରେ । ବନହାରପାଲି ସ୍ଥିତ ଓପିଜିସିର ନିର୍ମାଣାଧୀନ ୩ୟ ଓ ୪ର୍ଥ ୟୁନିଟର ପ୍ରକଳ୍ପର ବିଜିଆର କ୍ୟାମ୍ପରେ ୪ ଦିନ ତଳେ ପଶ୍ଚିମବଙ୍ଗରୁ କାମ କରିବା ପାଇଁ ଆସିଥିବା ଗୌତମ ଭଣ୍ଡାରୀ ଗତକାଲି ରାତି ସାଢ଼େ ୧୧ଟା ବେଳକୁ ହଠାତ ଅସୁସ୍ଥ ହୋଇଯିବାରୁ ବିଜିଆର କମ୍ପାନୀ କର୍ତ୍ତୃପକ୍ଷ ୪ଜଣ ଶ୍ରମିକଙ୍କୁ ଏକ ବୋଲେରୋରେ ବୁର୍ଲା ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ରାସ୍ତାରେ ଗୌତମର ମୃତ୍ୟୁ ହୋଇଯିବାରୁ ତାକୁ ଇବ ନଦୀରେ ଫିଙ୍ଗି ଦେଇ ପଳାଇଥିଲେ ସହଯୋଗୀ । ଏ ବିଷୟ କଂପାନୀ କର୍ତ୍ତୃପକ୍ଷ ଜାଣିବା ପରେ ୪ ଜଣକୁ ନେଇ ବନହାରପାଲି ପୋଲିସର ଜିମା ଦେଇଥିଲେ । ପୋଲିସ ୪ ଜଣକୁ ଅଟକ ରଖିଥିବା ବେଳେ ମୃତକର ଶବକୁ ଖୋଜି ବାହାର କରିବା ପାଇଁ ଓଡ୍ରାଫ ଟିମ ଓ ଦମକଳ ବାହିନୀ ର ସାହାଯ୍ୟ ନେଇଛି । ବର୍ତ୍ତମାନ ସୁଦ୍ଧା ମୃତକକୁ ଠାବ କରାଯାଇ ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.