୯ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଶ୍ରମିକ ସଂଘ

Published By : Prameya-News7 Bureau | November 30, 2020 IST

ପାରାଦୀପ ୩୦।୧୧ : ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ୯ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ପ୍ରଦର୍ଶନ ଜାରି ରହିଛି ।

{"id":369886,"sizeSlug":"large"}

୯ ଦଫା ଦାବି ନେଇ ତୈଳବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ସଙ୍ଘର ପ୍ରାୟ ଶତାଧିକ ଶ୍ରମିକ। ଦୀର୍ଘ ଦିନ ହେବ ତୈଳବିଶୋଧନାଗାର କାର୍ଯ୍ୟରତ ବିଭିନ୍ନ ଠିକାଦାର ଅଧିନରେ କାମ କରୁଥିବା ବେଳେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କର ମୌଳିକ ସମସ୍ୟା ଉପରେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଉଛି ।

{"id":369887,"sizeSlug":"large"}

ପୂର୍ବରୁ ଅନେକ ଥର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ତଥା ନୁଆ ଶ୍ରମିକମାନଙ୍କର ବେଆଇନ ଭାବେ ଗେଟ୍‌ ପାସ ରଦ୍ଦ କରିବା । ସେହିପରି ପ୍ରତି ମାସର ୭ ତାରିଖରେ ଦରମା ପ୍ରଦାନ । ବେଆଇନ ଭାବେ ଶ୍ରମିକ ଛଟେଇ କରି ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ଦେବା ଆଦି ଅନେକ ସମସ୍ୟା ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.