ସିମେଣ୍ଟ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ

Published By : Prameya-News7 Bureau | June 17, 2020 IST

ବରଗଡ଼ ୧୭।୦୬: ACC ସିମେଣ୍ଟ କାରଖାନାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ । ଲକ୍‌ଡାଉନ ସମୟରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରମିକ ମାନଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା ଏବଂ ଶ୍ରମିକ ଙ୍କୁ ଦୁବ୍ୟବହାର କରିବା ସହ ଗାଳିଗୁଲଜ କରିବାକୁ ନେଇ ଅଶାନ୍ତ ଶ୍ରମିକ କମ୍ପାନୀର HRଙ୍କୁ ମାଡ଼ ମାରିଛନ୍ତି । ଯାହାର ସିସିଟିଭି ଫୁଟେଜ ଆଧାରରେ HRଙ୍କ ଲିଖିତ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ  ୪ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ଟାଉନ ପୋଲିସ ।

{"id":287584,"sizeSlug":"large"}

 ଅନ୍ୟ ପକ୍ଷରେ ଶ୍ରମିକ ମାନଙ୍କ ପକ୍ଷରୁ ସେମାନଙ୍କୁ ଜାତିଆଣକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ପ୍ରାପ୍ୟ ନଦେବାକୁ ନେଇ ଥାନାରେ ପାଲଟା ଅଭିଯୋଗ ହୋଇଛି ।  ତେବେ ୪ଜଣ ଶ୍ରମିକଙ୍କୁ ଗିରଫ ପ୍ରତିବାଦ ଓ ପ୍ଲାଣ୍ଟ HR ସମୀର ରାଉତଙ୍କୁ ବଦଳି ଦାବିରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଆନ୍ଦୋଳନ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.