ବାଲେଶ୍ବର ଆଲଏଜ୍ ଖଣିରେ ଶ୍ରମିକ ଅଶାନ୍ତି : ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ

Published By : Prameya-News7 Bureau | October 28, 2020 IST

ଯାଜପୁର ୨୮।୧୦: ଯାଜପୁର ଜିଲ୍ଲା କାଳିଆ ପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ । ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଶ୍ରମିକମାନେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

{"id":352291,"sizeSlug":"large"}

ମହାମାରୀ କରୋନା କାଳରେ ଶ୍ରମିକଙ୍କୁ ୬ ମାସ ହେବ ଦରମା ପ୍ରଦାନ କରିନାହାଁନ୍ତି ଖଣି କର୍ତ୍ତୃପକ୍ଷ । ଫଳରେ ଏଭଳି ଜଟିଳ ପରିସ୍ଥିତି ଦେଇ ଶ୍ରମିକଙ୍କ ପରିବାର ପାଇଁ ନାନା ସମସ୍ୟା ଉପୁଜିଛି । ଏଥିସହିତ ଇପିଏଫ୍ ଓ ବୋନସ୍ ପ୍ରଦାନରେ ମଧ୍ୟ ଖଣି କର୍ତ୍ତୃପକ୍ଷ ଅବହେଳା କରିଛନ୍ତି । ଏହାର ସମାଧାନ ପାଇଁ ଶ୍ରମିକମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆଜି ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.