୫ ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଲେ ବିଭିନ୍ନ ଶ୍ରମିକ ସଂଗଠନ, କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ ଠପ୍

Published By : Prameya-News7 Bureau | July 02, 2020 IST

ଅନୁଗୋଳ ୦୨।୦୭:  ୫ଦଫା ଦାବିରେ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ । କୋଇଲା ଉତ୍ପାଦନ ଏବଂ ପରିବହନ ପୁରାପୁରି ଭାବେ ଠପ ହୋଇଯାଇଛି । ଅନୁଗୋଳ ଜିଲ୍ଲା ତାଳଚେରର ୫ଟି ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

{"id":294685,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହି ଆନ୍ଦୋଳନରେ BMS, HMS, INTUC, AITUC ଏବଂ CITU ଶ୍ରମିକ ସଂଗଠନ ସାମିଲ ରହିଛି । ଫଳରେ ତାଳଚେରର ଲିଙ୍ଗରାଜ, ଅନନ୍ତ,ଜଗନ୍ନାଥ, ଭୁବନେଶ୍ଵରୀ,କଳିଙ୍ଗ, ହିଙ୍ଗୁଳା, ଭରତପୁର ଏବଂ କଣିହାଁ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ଟ୍ରେନ ଯୋଗେ ମଧ୍ୟ ବିଭିନ୍ନ ବୃହତ ଏବଂ କ୍ଷୁଦ୍ର ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବନ୍ଦ ରହିଛି ।

{"id":294686,"sizeSlug":"large"}

୫ ଦଫା ଦାବି ମଧ୍ୟରେ କୋଇଲା ଖଣିରୁ କମରର୍ସିଆଲ ମାଇନିଂ ପ୍ରତ୍ୟାହାର, ଘରୋଇ କରଣ ବନ୍ଦ, ସମାନ ଦରମା, କର୍ମଚାରୀଙ୍କୁ ମେଡିକାଲ ସୁବିଧା ଏବଂ ପୁନଃ ଥଇଥାନ ଆଦି ଦାବି ରହିଛି। ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦୋଳନ । ତେବେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତିବ୍ର କରିବାକୁ ଧମକ ଦେଇଛି ଶ୍ରମିକ ସଂଗଠନ ।

{"id":294689,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.