ବିଶାଖାପାଟଣାକୁ ଚାଲାଣ ବେଳେ ୧୬ଜଣ ଦାଦନ ଉଦ୍ଧାର

Published By : Prameya-News7 Bureau | June 06, 2018 IST

ବିଶାଖାପାଟଣାକୁ ଚାଲାଣ ବେଳେ ୧୬ଜଣ ଦାଦନ ଉଦ୍ଧାର । ସ୍ଥାନୀୟ ପୋଲିସ ସହାୟତାରେ ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ ଏହି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ଏମାନେ ସମସ୍ତେ ରାଇଘର ଅଞ୍ଚଳର । ଖବର ପାଇ ଏକ ଘରୋଇ ବସରେ ଯାଉଥିବା ଦାଦନକୁ ଉଦ୍ଧାର କରିଛି ଶ୍ରମ ବିଭାଗ । ସେମାନଙ୍କୁ ବିଶାଖାପାଟଣାର ଏକ ନିର୍ମାଣ କାମରେ ନିୟୋଜିତ ପାଇଁ ନିଆଯାଉଥିଲା । ଚିଲିକା ଅଞ୍ଚଳର କୃଷ୍ଣ ନାମକ ଦଲାଲ ଏମାନଙ୍କୁ ବିଶାଖପାଟଣା ଚାଲାଣ କରୁଥିବା ଜଣାପଡିଛି । ଉଦ୍ଧାର ଦାଦନ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ, ୬ଜଣ ନାବାଳିକା , ୬ଜଣ ମହିଳା ଓ ୩ଟି ଶିଶୁ ଅଛନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.