ଶ୍ରମିକଙ୍କର ହୋଇନାହିଁ ପଞ୍ଜିକରଣ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ

Published By : Prameya-News7 Bureau | October 17, 2020 IST

ସାନଖେମୁଣ୍ଡି, ୧୭ ।୧୦:  କୁକୁଡାଖଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଟାଉନରେ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ନିୟୋଜିତ ହୋଇଥିବା ରାଜମିସ୍ତ୍ରୀ ଏବଂ ଶ୍ରମିକ ମାନଙ୍କର ଆଜି ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଇନାହିଁ ।  ପଞ୍ଜିକରଣ କରି ନିର୍ମାଣ ଶ୍ରମିକ ପରିଚୟ ପ୍ରଦାନ କରାଯାଇନଥିବା କାରଣରୁ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ପକ୍ଷରୁ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରାଯାଇଛି ।

{"id":346340,"sizeSlug":"large"}

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଶ୍ରମ ନୀରିକ୍ଷକ ଆସି ଅନସାଇଟରେ ଶ୍ରମିକଙ୍କ କାମ ଦେଖିଥିଲେ । ଏହା ମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ପଞ୍ଜିକରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ସେଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘେରାଉ କରିବା ପାଇଁ ଆଜି ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟିର ସହ ସମ୍ପାଦିକା ପି ପାର୍ବତୀଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.