Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି, ୭ ଦିନ ଧାରଣାରେ ବସିବା ପରେ ବି ହେଉନି ସମାଧାନ

4/10/2021 at 10:28 PM

ଯାଜପୁର, ୦୪/୧୦:  ଯାଜପୁର କଳିଂଗନଗର ମେସ୍କୋ ଷ୍ଟିଲ କାରଖାନାରେ ପୁଣି ଶ୍ରମିକ ଅଶାନ୍ତି ।  ଦୀର୍ଘ ୧୯ମାସ ହେବ ପ୍ଲାଣ୍ଟ ବନ୍ଦ ଥିବାରୁ ଦୁର୍ଦ୍ଦିନରେ ଶ୍ରମିକ ଓ କର୍ମଚାରୀ। ଦୀର୍ଘ ସାତଦିନ ଧରି  କର୍ମଚାରୀମାନେ ମେସ୍କୋଷ୍ଟିଲ କାରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ହେଁ ଅଦ୍ୟାବଧି କୌଣସି ପ୍ଲାଣ୍ଟ କର୍ମଚାରୀ କିମ୍ଵା ପ୍ରଶାସନିକ ଅଧିକାରୀ କେହି ସେମାନଙ୍କ ସହିତ ଆଲୋଚନା କରିବାକୁ ଆସୁନାହାନ୍ତି । ଜମି ଦେଇ ବିସ୍ଥାପିତ ହୋଇ  ନିଯୁକ୍ତି ପାଇବା ପରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସେମାନେ ଭାବିଥିଲେ । କିନ୍ତୁ କମ୍ପାନୀ କତ୍ତୃପକ୍ଷ ଓ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି ।

ଖାଲି ମେସ୍କୋ ନୁହେଁ, ନିଳାଚଳ, ୟାଜଦାନୀ, ଦୀନବନ୍ଧୁ, ମଇଥାନ ଭଳି ଅନେକ ଶିଳ୍ପର ଅବସ୍ଥା ସମାନ । କଳିଙ୍ଗନଗରରେ ମାଳ ମାଳ ଶିଳ୍ପ ଗଢି ଉଠିଥିଲେ ମଧ୍ୟ ସବୁ ଏଠି ଅବହେଳିତ । ଯାହାଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ ଶ୍ରମିକ ଅନାହାରରେ ପଡି ମୃତ୍ୟୁବରଣ କଲେଣି ତ ଆଉ କେତେକ ରୋଗାକ୍ରାନ୍ତ ହୋଇ କାଳତିପାତ କରୁଛନ୍ତି। ଯଥାଶିଘ୍ର ସରକାର ଓ କମ୍ପାନୀ କତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ସମସ୍ୟାର ସମାଧନ କରିବାକୁ ଆକୁଳ ନିବେଦନ କରିଛନ୍ତି କର୍ମଚାରୀ ଓ ଶ୍ରମିକ ।

   Related Posts