ଦାଦନ ଦୁଃଖ: ସୁନ୍ଦରଗଡ଼ ଜିଲ୍ଲା ଭୁର୍ତ୍ତା ଗାଁର ଜୟଦେବ ଚନ୍ଦନିଆଙ୍କୁ ଏସିଡମାଡ କରିଥିବା ତେଲେଙ୍ଗା ଇଟାଭାଟି ମାଲିକ ପାଖରେ ଏବେ ବି ୧୧ ଶ୍ରମିକ ବନ୍ଧକ
19/12/2018 at 7:26 PM

ସୁନ୍ଦରଗଡ ୧୯|୧୨: ଦାଦନଙ୍କୁ ନର୍କ ଯନ୍ତ୍ରଣା ।ଭୋକର ଜ୍ବାଳା ସହିନପାରିହଜାର ହଜାର କିଲୋମିଟର ଦୂର ଇଟାଭାଟିରେ ଖଟିବାକୁ ଯାଇଥିବା ଦାଦନ ଶ୍ରମିକ ଉପରେ ଅମାନବୀୟ ନିର୍ଯାତନା। ଆଉ ଏପରି ଭୟାନକ ଯନ୍ତ୍ରଣାର ସାମ୍ନା କରିଥିବା ଦାଦନ ଶ୍ରମିକ ନିଜ ମୁହଁରେ ବର୍ଣ୍ଣନା କରିଛନ୍ତିସେହି ଦୃଶ୍ୟ ।ଯେଉଁ ଗାଁରୁ ଦାଦନ ଶ୍ରମିକ ମାନେ ଯାଇଥିଲେ ସେଠାରି ପହଞ୍ଚିଛି ନ୍ୟୁଜ୍ 7 ଟିମ୍।ଶ୍ରମମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏବେବି ବନ୍ଧକ ଥିବା ଶ୍ରମିକଙ୍କୁଉଦ୍ଧାର ପାଇଁ କରାଯିବ ଉଦ୍ୟମ ।…

ହସ୍ପିଟାଲ ବେଡ୍ରେ ଏସିଡ୍ ଆକ୍ରମଣରେ ଗୁରୁତର ଦାଦନ ଜୟଦେବ ଚନ୍ଦନିଆ।ମୁହଁ ଏବଂ ଛାତି ଏପରି ଭାବେ ପୋଡ଼ିଯାଇଛି ଯେ ଆମେ ଆପଣଙ୍କୁ ସେହି ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ।ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଭୁର୍ତ୍ତା ଗାଁର ଜୟଦେବ ଚନ୍ଦନିଆ ।ତାଙ୍କର ଭୁଲ୍ ଏତିକିଯେ ସେ ଦିନରାତି ହାଡ଼ଭଙ୍ଗା ପରିଶ୍ରମ ବଦଳରେ ମାଗିଥିଲେ ପାଉଣା । ତା ବଦଳରେ ମିଳିଥିଲା ରାକ୍ଷାସରୂପୀଇଟାଭାଟି ମାଲିକର ଏସିଡ୍ ମାଡ଼ ।ତେବେ ଏ କାହାଣୀ କେବଳ ଜୟଦେବଙ୍କର ନୁହଁ । ତାଙ୍କରି ଭଳି ଭୁର୍ତ୍ତାଗାଁର ୪ଟି ପରିବାରର ୧୧ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଚାଲିଯାଇଥିଲେ ସୁଦୂର ବିଜୟନଗରମ ।…

ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଭୁର୍ତ୍ତା ଗାଁ ।ଝାଟିମାଟି ଘର ଥିବାଗାଁ ଲୋକଙ୍କୁ ଦେଖିଲେ ବେଶ୍ ଜଣାପଡ଼େ ସେମାନଙ୍କ ଆର୍ଥିକ ଅବସ୍ଥା।ନିଜ ଗାଁ କି’ ଆଖପାଖ ଅଞ୍ଚଳରେକାମ ନପାଇ ଚାଲି ଯାଇଥିଲେ ଇଟାଭାଟିରେ କାମ କରିବାକୁ ।ସେମାନଙ୍କ ଦୂରାବସ୍ଥାର ଫାଇଦା ଉଠାଇ ଦାଦନଦଲାଲ ଭୁର୍ତ୍ତା ଗାଁର ପିଲାଠୁ ବୁଢା ୧୧ ଜଣଙ୍କୁ କାମ କରିବାକୁ ନେଇ ଯାଇଥିଲା ।ହେଲେ ସେଠାରେ ନିର୍ଯାତିତ୫ ଜଣ ଦାଦନ ବହୁ କଷ୍ଟରେ ଖସିଆସିଛନ୍ତି ।ଏନେଇ ଆଞ୍ଚଳିକ ଶ୍ରମ କମିଶନରଙ୍କ ଉତ୍ତର ହେଲା ସେମାନେଯିବା ଆଗରୁ ଜଣାଇନଥିଲେ ।…
ପୀଡ଼ିତ ଶ୍ରମିକଙ୍କୁ ସାହାଯ୍ୟ ଦିଆଯିବା ସହିତ ଇଟାଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ।ଅନ୍ୟପକ୍ଷରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବାରମ୍ବାର ଦାଦନ ନିର୍ଯାତନା ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି।….
ଦାଦନ ନିର୍ଯାତନାର ଏ କରୁଣ କାହାଣୀ କ୍ରୀତଦାସ ପ୍ରଥାଠାରୁ କିଛି କମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି ।