ଦାଦନ ଚାଲାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଆରମ୍ଭ ହେଲା ଅପରେସନ ‘ଦାଦନ’

Published By : Prameya-News7 Bureau | October 14, 2019 IST

ବଲାଙ୍ଗୀର ୧୪/୧୦: ପେ।ଲିସ ପଞ୍ଝାରେ ଦାଦନ ସର୍ଦାର ।ଚାଲାଣ ବେଳେ ଉଦ୍ଧାର ହେଲେ ୨୫ ଜଣ ଦାଦନ ଶ୍ରମିକ ।ବେଆଇନ ଦାଦନ ଚାଲାଣକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବଲାଙ୍ଗୀର ପେ।ଲିସ ଆରମ୍ଭ କରିଥିବା ଅଭିଯାନର ପ୍ରଥମ ପାହାଚରେ ମିଳିଛି ସଫଳତା ।

{"id":169928}

ଆକ୍ସନ ମୁଡରେ ବଲାଙ୍ଗୀର ପେ।ଲିସ ।ଜିଲ୍ଲାରୁ ଦାଦନ ଚାଲାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଆରମ୍ଭ ହେ।ଇଛି ଅପରେସନ ‘ଦାଦନ’ ।ନିରିହ ଶ୍ରମିକଙ୍କୁ ଅଗ୍ରୀମ ଟଙ୍କା ଦେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଦଲାଲଙ୍କୁ  ଧରିବାକୁ ଚାଲିଛି ଧରପଗଡ । ଏହି କ୍ରମରେ ୧୨ ତାରିଖରେ ବେଆଇନ ଚାଲାଣ ବେଳେ ୨୫ଜଣ ଦାଦନ ସର୍ଦାରଙ୍କୁ ବାନ୍ଧିଛି ପେ।ଲିସ । କଣ୍ଟାବାଞ୍ଜିରୁ ୮, ତୁରେକେଲାରୁ ୬, ବେଲପଡାରୁ ୫, ଖପ୍ରାଖୋଲରୁ ୪ ଜଣ ଓ ଲାଠୋରୁ ୨ ଜଣ ଦାଦନ ସର୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏସପିଙ୍କ ନେତୃରେ ଏକ ସ୍ବତନ୍ତ୍ର ଟିମ ଦାଦନ ପ୍ରବଳ ଅଞ୍ଚଳ ଗୁଡିକରେ ଚଢାଉ କରି ଏମାନଙ୍କୁ ଧରିଛି ।

{"id":169930}

ନୂଆଁଖାଇ ଓ ଦଶହରା ପରେ ପ୍ରତି ବର୍ଷ ନିରିହ ଲେ।କଙ୍କୁ ଟାର୍ଗଟ୍ କରନ୍ତି ଦଲାଲ । ଅର୍ଥ ଲେ।ଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରନ୍ତି । କେତେବେଳେ ନିର୍ଯାତନା ସହି ଶ୍ରମିକ ଫେରେ ତ କେତବେଳ ଆସେ ମୃତଦେହ ।ତେବେ ଡେରିରେ ହେଲେ ବି ଦାଦନ ପ୍ରଥା ବନ୍ଦ କରିବାକୁ ଆରମ୍ଭ ହେ।ଇଛି ଆକ୍ସନ । କିନ୍ତୁ ପ୍ରଶ୍ନ ଉଠୁଛି ବଲାଙ୍ଗୀର ପୋଲିସ ଆରମ୍ଭ କରିଥିବା ଧରପଗଡ ଆଗକୁ ଜାରି ରହିବ ତ? ପୁଣି ଖୁଲମଖୁଲ୍ଲା ଚାଲିଥିବା ମଣିଷ ବ୍ୟପାର ଆରମ୍ଭ ହେବନି ତ?

{"id":169931}

ଦାଦନ ସମସ୍ୟା ବଲାଙ୍ଗୀର ଜିଲ୍ଲାରେ ମହାମାରୀର ରୂପ ନେଇଛି ।ରାଜ୍ୟ କି କେନ୍ଦ୍ର ସରକାରଙ୍କ କେ।ଟି କେ।ଟି ଟଙ୍କାର ଯେ।ଜନା ଏଥିରେ ରେ।କ ଲଗାଇ ପାରିନି । ତେବେ ଦେଖାଯାଉ ଦାଦନ ଚାଲାଣ ରେ।କିବାକୁ କେତେଦୂର ସଫଳ ହେଉଛି ବଲାଙ୍ଗୀର ପେ।ଲିସ ।

{"id":169932}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.