ନଦୀରେ ଭାସିଯାଇ ଶ୍ରମିକ ନିଖୋଜ, ବିଜୁ ସେତୁ ନିର୍ମାଣ କାର୍ଯ୍ୟରେ ଥିଲେ ନିୟୋଜିତ

Published By : Prameya-News7 Bureau | October 25, 2021 IST

କରଞ୍ଜିଆ ୨୫।୧୦: ନଦୀରେ ଭାସିଯାଇ ଶ୍ରମିକ ନିଖୋଜ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅକ୍ତାପାଳ ଗାଁ ନିକଟରେ ବହିଯାଇଥିବା ଭଣ୍ଡନ ନଦୀ ଉପରେ ବିଜୁ ସେତୁର ନିର୍ମାଣ କାର୍ଯ୍ୟ ଚାଲିଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସୋମବାର ଅପରାହ୍ନରେ ଗାଧାଉଥିବା ସମୟରେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ନିଖୋଜ ନିର୍ମାଣ ଶ୍ରମିକ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.