ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା : ପ୍ରତିକ୍ରିୟା ରଖିଲେ ଓଡିଶା ଶ୍ରମମନ୍ତ୍ରୀ

Published By : Prameya-News7 Bureau | August 04, 2018 IST

ଭୁବନେଶ୍ୱର ୪/୮ : ଆନ୍ଧ୍ରପ୍ରଦେଶ କୁରନୁଲ୍ ହାଥି ବେଲଗାଲ୍ ଗାଁର ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ଫୋରଣ । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୃତାହତଙ୍କ ମଧ୍ୟରେ କିଛି ଓଡିଆ ଶ୍ରମିକ ଥିବା ଆଶଙ୍କା କରାଯାଉଛି । ଖଣିରେ ଥିବା ଜିଲୋଟିନ୍ ଅଚାନକ ବିସ୍ଫୋରଣ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କୁହାଯାଉଛି । ଭୟଙ୍କର ବିସ୍ଫୋରଣ । ହୁତହୁତ୍ ହୋଇ ଜଳୁଛି ଅସ୍ଥାୟୀ କ୍ୟାମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କୁରନୁଲ୍ ଜିଲ୍ଲା ହାଥିବେଲଗାଲ ଗାଁରେ ଥିବା ଏକ ଗ୍ରାନାଇଟ୍ ଖଣିରେ । ଖଣି ଅଞ୍ଚଳର ଅସ୍ଥାୟୀ କ୍ୟାମ୍ପରେ ଥିବା ଜିଲୋଟିନ୍ରେ ଅଚାନକ ବିସ୍ଫୋରଣ ହୋଇଥିଲା । ଆଉ ଏ ହେଉଛି ସେହି ଭଯଙ୍କର ବିସ୍ଫୋରଣ ପରର ଦୃଶ୍ୟ ।କ୍ୟାମ୍ପରେ ଲାଗିଯାଇଛି ନିଆଁ । ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ଅଲୁରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ମୃତାହତଙ୍କ ମଧ୍ୟରେ କେତେକ ଓଡିଆ ଶ୍ରମିକ ଥିବା କୁରନୁଲ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ଏକ ଡିଜେଲ ବୋଝେଇ ଟ୍ରକ୍, ୩ଟି ଟ୍ରାକ୍ଟର ଜଳି ଯାଇଛି । ଖଣିରେ ପାଖାପାଖି ୨୦ ଜଣ ଶ୍ରମିକ କାମ କରୁଥିଲେ।ଏହି ଶ୍ରମିକମାନେ ଓଡ଼ିଶା ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକମାନଙ୍କ ଶରୀର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ, ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସେପଟେ ଓଡିଶା ଶ୍ରମ ମନ୍ତ୍ରୀ କହିଛନ୍ତି ଯଦି ଓଡ଼ିଶାର କୌଣସି ଶ୍ରମିକ ଥାନ୍ତି ତେବେ ସେମାନଙ୍କ ମୃତଦେହ ଓଡ଼ିଶା ଅଣାଯିବାକୁ ସମସ୍ତ ବ୍ୟବସ୍ଥା କରାଯିବ । ଏନେଇ ଆନ୍ଧ୍ର ସରକାରଙ୍କ ସହ ଯୋଗଯୋଗ କରାଯାଇଛି ଘଟଣାକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣା ଉପରେ ଓଡ଼ିଶା ସରକାର ସଂପୃର୍ଣ୍ଣ ନଜର ରଖିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.