ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି : ଶ୍ରମ ମନ୍ତ୍ରୀ

Published By : Prameya-News7 Bureau | April 21, 2021 IST

ଭୁବନେଶ୍ବର ୨୧।୪: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ବହୁତ ରାଜ୍ୟରେ ଲକ୍ ଡାଉନ୍ ହେଲାଣି। ସେଥିପାଇଁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ଆରମ୍ଭ ହେଲାଣି ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଡ୍, କ୍ବାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଉଛି । ଗତଥର ପଞ୍ଚାୟତରେ ହୋଇଥିଲା କ୍ବାରେଣ୍ଟାଇନ ସେଣ୍ଟର। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ କରାଯିବ।  

ରାଜ୍ୟରେ ଏବେ ସ୍ଥିତି ଠିକ୍ ଅଛି ବୋଲି ମନ୍ତ୍ରୀ କହିଛନ୍ତି । ହେଲେ ଆଗକୁ ଆହୁରି ବିଗିଡିବ। ମୁଖ୍ୟତଃ ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ । ଗତ ଥର ୯ ଲକ୍ଷ ପ୍ରବାସୀ ଆସିଥିଲେ । ସମସ୍ତେ ଫେରି ନଥିଲେ ।  ତେଣୁ ଏଥର ୯ ଲକ୍ଷରୁ କମ୍ ଫେରିବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତରୀ ସୁଶାନ୍ତ ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.