Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଫାଟିଲା ପଲେଟ୍ ପ୍ଲାଣ୍ଟର ଅଏଲ୍ ଟ୍ୟାଙ୍କ୍, ୩୦ ଫୁଟ ଉପରୁ ଖସି ଶ୍ରମିକ ଗୁରୁତର

1/09/2020 at 3:42 PM

ବଡବିଲ ୧।୯: ବଡବିଲ ଉଲିବୁରୁଠାରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ୍ ପାଓ୍ବାର ଲିଃର ପଲେଟ୍ ପ୍ଲାଣ୍ଟରେ ଦୁର୍ଘଟଣା । ଅଏଲ୍ ଟ୍ୟାଙ୍କ୍ ଫାଟିବାରୁ ୩୦ ଫୁଟ ତଳକୁ ଖସିପଡି ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ହେଉଛନ୍ତି ମାଟକାମବେଡା ଅଞ୍ଚଳର ଜଗଦୀଶ ରାଉତ । ଜଗଦୀଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଭଲ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଛି ।

ଖବର ଅନୁଯାୟୀ, ଶ୍ରମିକ ଜଗଦୀଶ ରାଉତ ପଲେଟ୍ ପ୍ଲାଣ୍ଟରେ ୩୦ ଫୁଟ ଉଚ୍ଚତାରେ ଥିବା ଏକ ଅଏଲ୍ ଟ୍ୟାଙ୍କ ପାଖରେ ମେଣ୍ଟେନାନ୍ସ କାମ କରୁଥଲେ । ତେବେ ପାଖାପାଖି ୧୨ଟା ସମୟରେ ହଠାତ୍ ଅଏଲ ଟ୍ୟାଙ୍କ୍ ଫାଟିଥିଲା । ଫଳରେ ସେ ୩୦ ଫୁଟ ତଳକୁ ଖସିପଡିଥିଲେ । ଦୁର୍ଘଟଣା ପରେ ଶ୍ରମିକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସୁରକ୍ଷା ନିୟମ ପ୍ରତି ଦୃଷ୍ଟି ଦିଆଯାଉ ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

   Related Posts