ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | August 21, 2020 IST

ଜି.ଉଦୟଗିରି ୨୧।୮: ଶ୍ରମିକଙ୍କ ଆତ୍ମହତ୍ୟା । ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":318089,"sizeSlug":"large"}

ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠ ଗ୍ରାମର ଗଗନ ସାହୁ ନାମକ ଜଣେ ଯୁବକ ଗତ ଦୁଇ ବର୍ଷ ହେବ ଜି.ଉଦୟଗିରିରେ ମିସ୍ତ୍ରୀ ଭାବରେ କାମ କରୁଥିଲା । ଗୁରୁବାର ରାତିରେ ସେ ନିଜେ ରାନ୍ଧି ଖାଇଥିଲେ ବୋଲି ଘରର ପରିସ୍ଥିତି ଦେଖିଲେ ଅନୁମାନ କରାଯାଉଛି । ସକାଳୁ ପଡୋଶୀ ଘର ଲୋକେ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଜଣାପଡିବ । ଘର ମାଲିକଙ୍କ ରିପୋର୍ଟ ଆଧାରରେ ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.