ଖନନ ବେଳେ ମିଳିଲା ତିନୋଟି ହୀରା, ରାତାରାତି ଲକ୍ଷପତି ହୋଇଗଲେ ଶ୍ରମିକ
6/08/2020 at 9:48 PM

ଭୋପାଳ, ୦୬|୦୮: ମଧ୍ୟପ୍ରଦେଶର ପନ୍ନା ଖଣିରେ ଏବେ ହୀରା ମଧ୍ୟ ବାହାରୁଛି । ଏପରିକି ଏଠାରେ କାମ କରୁଥିବା ଶ୍ରମିକ ରାତାରାତି କୋଟିପତି ପାଲଟୁଛନ୍ତି । ଗୋଟିଏ ପଟେ ଦେଶରେ କରୋନା ଭାଇରସ ପାଇଁ ଅନେକଙ୍କ ରୋଜଗାର ଠପ୍ ହୋଇଯାଇଛି । କିନ୍ତୁ ପନ୍ନାର ରତ୍ନଗର୍ଭାରେ ଅନେକ ମୂଲ୍ୟବାନ ପଥର ବାହାରୁଛି । ଯାହାର ଦାମ୍ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପନ୍ନାର ଜରଧାପୁରର ଉଥଲୀ ଖଣିରେ ସବଲ ସରଦାରନାମକ ଜଣେ ଶ୍ରମିକ ଏକ ସଙ୍ଗେ ତିନୋଟି ହୀରା ପାଇଛନ୍ତି । ଏହି ହୀର ତିନୋଟିର ଓଜନ ଯଥାକ୍ରମେ ୪.୪୫,୨.୨୬ ଓ ୦.୯୩ କ୍ୟାରେଟ । ଅର୍ଥାତ ମୋଟ୍ ୭.୫୪ କ୍ୟାରେଟ ହୀରା ପାଇଛନ୍ତି ସବଲ । ସମସ୍ତ ହୀରା ଜେମ୍ସ କ୍ୱାଲିଟୀର ଓ ଏହାର ଦାମ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ସବୁ ହୀରାକୁ ପନ୍ନାର ଡାଏମଣ୍ଡ କାର୍ଯ୍ୟାଳୟରେ ଜମା କରାଯାଇଛି । ତେବେ ହୀରା ମିଳିବା ପରେ ୬ଜଣଙ୍କ ମଧ୍ୟରେ ଅର୍ଥରାଶି ବଣ୍ଟାହେବ ।

ଏହି ସମସ୍ତ ହୀରା ଡାଏମଣ୍ଡ କାର୍ଯ୍ୟାଳୟରେ ଜମା କରାଯାଇଛି । ନୀଲାମ ପରେ ରୟାଲଟି କଟାଯାଇ ଟଙ୍କାକୁ ୬ଜଣଙ୍କୁ ପ୍ରଦାନ କରାଯିବ । ଏହାପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଶ୍ରମିକଙ୍କୁ ଏକସଙ୍ଗେ ତିନୋଟି ହୀରା ମିଳିଛି । ଏବେ ଶ୍ରମିକମାନେ ରାତାରାତି ଲକ୍ଷପତି ପାଲଟିଯାଇଛନ୍ତି ।