ମେସିନରେ ପେସି ହୋଇ ଶ୍ରମିକଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ହସ୍ପିଟାଲ ପରିସରରେ ଉତ୍ତେଜନା

Published By : Prameya-News7 Bureau | December 05, 2018 IST

କଳାହାଣ୍ଡି ୫/୧୨ : ବିଜୁ ହାଇଓଏେ ଏକ୍ସପ୍ରେସ ରାସ୍ତା ନିର୍ମ।ଣ ବେଳେ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି  । ମୃତକ ହେଲେ ରାଜନଗୁଡାର ଯାଦବ ଗୌଡ । ଶ୍ରମିକଙ୍କ ଡାହଣ ଗୋଡ ସଂପୁର୍ଣ ଛିଣ୍ଡି ଯାଇଛି । ନୁଆପଡା ଜିଲ୍ଲା ସିନାପାଲି ଥାନା ଧରୁଆଁମୁଣ୍ଡା ଠାରେ ନିର୍ମ।ଣଧୀନ ରାସ୍ତା କାମରେ ନିୟୋଜିତ ଶ୍ରମିକ ମେସିନରେ ଚାପି ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ମୃତ ଶ୍ରମିକଙ୍କ ପରିବାରକୁ ଠିକା ସଂସ୍ଥା ସହ ସରକାରଙ୍କ  କ୍ଷତିପୁରଣ ଦାବି କରି ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.