ଟାଟା ପ୍ଲାଣ୍ଟ ପରିସରରେ କାନ୍ଥ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ
11/07/2018 at 11:18 AM

କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲ ଟାଟା ପ୍ଲାଣ୍ଟ ପରିସରରେ ଅଘଟଣ ଘଟିଛି | ପ୍ଲାଣ୍ଟ ପରିସରରେ କାନ୍ଥ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ମୃତ ଶ୍ରମିକ ଜଣକ ହେଲେ ରମେଶ ଚନ୍ଦ୍ର ମୁଖୀ | ରମେଶଙ୍କ ଘର ଘଷିପୁରା ଥାନା ବୀରଗୋବିନ୍ଦପୁରରେ | ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ପରିସରରେ ଅନ୍ୟ ଶ୍ରମିକ ଧାରଣାରେ ବସିଛନ୍ତି | ମୃତ ଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଦାବି କରିଛନ୍ତି ଉତ୍ୟକ୍ତ ଲୋକେ | ଘଟଣାସ୍ଥଳରେ ଦୈତାରୀ ପୋଲିସ ପହଂଚି ତଦନ୍ତ କରୁଛି |
Related Posts
ଚଣ୍ଡିଖୋଲ: ରମ୍ଭାଦେଇପୁର ଘାଇ ପରିଦର୍ଶନ କଲେ ଭିଜିଲାନ୍ସ ଟିମ୍
22 January 2021
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021