୬୦ ଫୁଟ ଉଚ୍ଚ ନିର୍ମାଣଧୀନ ପାଣି ଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | January 24, 2019 IST

କଳାହାଣ୍ଡି ୨୪/୧ : ନିର୍ମାଣଧୀନ ପାଣି ଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ପଚାଂୟତ ମସାଣୀବନ୍ଧ ଗାଁରେ ଘଟିଛି ଏଭଳି ଅଘଟଣ । ପାଣି ଟାଙ୍କିର ଉଚ୍ଚତା ୬୦ ଫୁଟ ରହିଛି | ମୃତକ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଗାଁର ଭଜନ ଦଳପତି । ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଚିଂ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକ କୁଶଳୀ ନଥିଲେ ବୋଲି କହିଛନ୍ତି ସ୍ଥାନୀୟାଲୋକେ | ସେଥିପାଇଁ ସେ ଏତେ ଉଚ୍ଚରେ କାମ କରିବାରେ ସକ୍ଷମ ନହୋଇ ପଡି ଯାଇଥିଲେ | ଅଣକୁଶଳୀ ଶ୍ରମିକଙ୍କୁ ବିନା ସୁରକ୍ଷା ଉପକରଣରେ ଷାଠିଏ ଫୁଟ ଉଚ୍ଚରେ ନିୟୋଜିତ ଅଘଟଣର ମୁଖ୍ୟ କାରଣ ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.