ନିର୍ମାଣଧୀନ କୋଠା ଉପରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | December 02, 2019 IST

ସୁନ୍ଦରଗଡ୦୨।୧୨ : ନିର୍ମାଣଧୀନ କୋଠା ଉପରୁ ଜଣେ ଶ୍ରମିକଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ବିହାର ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

{"id":192746,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ବିହାର ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ କୋଠାରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶ୍ରମିକ  ବଡ଼ଗା  ଅଞ୍ଚଳର ବିରେନ୍ଦ୍ର କିସାନ ବୋଲି ଜଣାପଡିଛି । ବିରେନ୍ଦ୍ର ଗତ କିଛିଦିନ ହେବ  ସୁନ୍ଦରଗଡରେ ଆସି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଆଜି ସକାଳ ସମୟରେ  କିଛି ଲୋକ  ବିରେନ୍ଦ୍ରର ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ , ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ  ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.