ଯୁବ ଦାଦନଶ୍ରମିକଙ୍କ ମୃତଦେହ ବାଙ୍ଗାଲୋର ଷ୍ଟେସନ ରେଳ ଲାଇନ କଡରୁ ଉଦ୍ଧାର : ଶବ ଆଣି ଯିବାକୁ ଅସମର୍ଥ ବାପା ମାଆ
17/09/2018 at 11:31 AM

କଳାହାଣ୍ଡି୧୭/୯:ନୁଆଁଖାଇରେ ଦାଦନ ପୁଅ ବାହୁଡିବାକୁ ଅପେକ୍ଷା କରିଥିବା ବେଳେ ପୁଅ ବଦଳରେ ଆସିଲା ମୃତ୍ୟୁ ଖବର । ଯୁବଦାଦନ ଶ୍ରମିକଙ୍କ ମୃତ ଦେହ ବାଙ୍ଗାଲୋର ଷ୍ଟେସନ ରେଳ ଲାଇନ କଡରୁ ଉଦ୍ଧାର କରାଯାଇଛି । ମୃତକ କଲମପୁର ବ୍ଲକ ପାଣିଗାଁର ଭଲ ପୁଝାରୀ । ପରିବାରର ଆର୍ଥିକ ସ୍ଥିତି ଠିକ୍ ନ ଥିବାରୁ ଶବ ଆଣି ଯିବାକୁ ମନା କଲେ ବାପା ମା । ଭଲଙ୍କ ମୃତଦେହ ଜି.ଆର.ପି ପୋଲିସ ଉଦ୍ଧାର କରି ତାଙ୍କ ସାର୍ଟ ପକେଟରୁ କାମ କରୁଥିବା ପାଣି ପାଉଚ ଫ୍ୟାଟ୍ରି ସହ ଯୋଗାଯୋଗ ପରେ ଘର ଠିକଣା ଜାଣି ଜୟପାଟଣା ପୋଲିସ ସହ ଯୋଗାଯୋଗ କରିଥିଲେ । ହେଲେ ଭଲଙ୍କ ବୃଦ୍ଧ ବାପା ମା ବାଙ୍ଗାଲୋରରୁ ଶବ ଆଣିବାକୁ ଅସମର୍ଥ ପ୍ରକାଶ କରିଛନ୍ତି ।