ଏମ୍‌ସିଏଲ୍ ଖଣିରେ ଅଚଳାବସ୍ଥା : ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

Published By : Prameya-News7 Bureau | August 04, 2019 IST

ଅନୁଗୋଳ ୪|୮: ୧୨ ଦିନ ହେଲା ଏମସିଏଲ ଖଣିରେ ଅଚଳାବସ୍ଥା ଲାଗିରହିଛି । ଭରତପୁର କୋଇଲା ଖଣିରେ ୪ ଜଣ ଶ୍ରମିକ ମୃତ୍ୟୁ ପରେ ଖଣିରୁ ଉତ୍ପାଦନ ଏବଂ ପରିବହନ ଠପ୍ ହୋଇଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଫାସଫି ଚେତାବନୀ ଦିଆଯାଇଛି ।

{"id":140658}

ଏପରି ଅବସ୍ଥା ପାଇଁ କେବଳ ଏମସିଏଲକୁ ଦାୟୀ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ଏମସିଏଲ ନିଜ ଶ୍ରମିକଙ୍କୁ ନୋ ୱାର୍କ ନୋ ପେର ନୋଟିସ୍ ମଧ୍ୟ ଦେଇ ସାରିଛି। ତେବେ ମୃତକଙ୍କ ପରିବାରଙ୍କୁ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଇ ପାରିବ ବୋଲି ତାଳଚେର ଉପଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.