୮୦ ଦିନ ହେଲା ଜାରି ରହିଛି ଶ୍ରମିକଙ୍କ ଧାରଣା, ବକେୟା ଦରମା ଓ ବୋନସ୍ ଦାବି

Published By : Prameya-News7 Bureau | February 28, 2020 IST

ବଡବିଲ ୨୮।୨: ୮୦ ଦିନ ହେଲା ବଡବିଲ ଟଣ୍ଟୋ ସ୍ଥିତ ମସ୍କୋ ଖଣି ଶ୍ରମିକଙ୍କ ଧାରଣା ଜାରି ରହିଛି । ୧୪ ମାସର ବକେୟା ଦରମା ଓ ୨ ବର୍ଷର ବୋନସ ଦାବି କରି ଧାରଣାରେ ବସି ରହିଛନ୍ତି ଶ୍ରମିକ । ଏଥିସହ ଅନ୍ୟତ୍ର ବଦଳିକୁ ପ୍ରତିବାଦ କରିଛନ୍ତି ଆନ୍ଦୋଳନରତ ଶ୍ରମିକ । ଏଆଇଟିୟୁସି ଅନୁବନ୍ଧିତ ମସ୍କୋ ଓ୍ବାର୍କସ ୟୁନିଅନ ପକ୍ଷରୁ ସରେଣ୍ଡା-କାଶିଆ ସ୍ଥିତ ମସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ପ୍ରଦର୍ଶନ ଜାରି ରହିଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।

{"id":230191,"sizeSlug":"large"}

ଖଣିରେ ଅନିୟମିତତା କାରଣରୁ ମସ୍କୋ ଖଣିକୁ ପାଖାପାଖି ହଜାରେ କୋଟି ଟଙ୍କା ଜରିମନା ହୋଇଥିଲା । ତେବେ ଜରିମନା ପୈଠ ନ କରିବାରୁ ଏହି ଖଣି ବନ୍ଦ ରହିଥିବା ବେଳେ, ଏଠାରେ କାର୍ଯ୍ୟ କରୁଥିବା ୧୬୦ ଜଣ ଶ୍ରମିକ ଏବେ ଆଶା ଆଉ ଆଶଙ୍କାରେ ପଡି ରହିଛନ୍ତି । ଦରମା ନ ମିଳିବା ଫଳରେ ଶ୍ରମିକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପରିବାର ପ୍ରତିପୋଷଣରେ ବହୁ ଅସୁବିଧା ହେଉଛି । ଏହାର ସମାଧାନ ନିମନ୍ତେ ପ୍ରଶାସନ ତ୍ବରିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.