ଓସିଏଲ୍ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି, ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

Published By : Prameya-News7 Bureau | December 17, 2019 IST

ଯାଜପୁର ୧୭।୧୨: ଯାଜପୁର-କଟକ ମଧ୍ୟ ସ୍ଥଳରେ ଅବସ୍ଥିତ ଡାଲମିଆଁ ଭାରତ ଓସିଏଲ୍ ସିମେଣ୍ଟ କାରଖାନା ମୁଖ୍ୟ ଫାଟକ ଆଗରେ ଶତାଧିକ ଶ୍ରମିକ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କମ୍ପାନୀ ଦ୍ବିତୀୟ ସଂପ୍ରସାରଣ ସମୟରେ ମିଠା କଥା କହି ନିରୀହ ଶ୍ରମିକ ଓ ସ୍ଥାନୀୟ ଜନସାଧାରଣଙ୍କ ଭାବନା ସହ ଖେଳ ଖେଳୁଛି। ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରି ବାହାର ଠିକାଦାର ଓ ଶ୍ରମିକ ଲଗାଇ କାର୍ଯ୍ୟ ହାସଲ କରୁଛି।  ବିନା କାରଣରେ ଶତାଧିକ ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଉପେକ୍ଷା କରୁଛନ୍ତି।

{"id":198914,"sizeSlug":"large"}

ବର୍ଷ ବର୍ଷ ଧରି ଶ୍ରମିକମାନେ ନିୟୋଜିତ ଠିକାଦାର ଅଧିନରେ କାମ କରୁଥିଲେ ହଠାତ୍ କଣ ପାଇଁ ଶ୍ରମିକମାନଙ୍କ ପାଉଣା କମ୍ପାନୀ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି ଓ ତାଙ୍କ ଠିକାଦାରଙ୍କୁ କାହିଁକି ଅବହେଳା କରୁଛନ୍ତି ଆଦି ଅଭିଯୋଗ ଆଣି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଅପରପକ୍ଷରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଟାଙ୍ଗୀ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ କାରଖାନା ପରିସରରେ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.