ରାତାରାତି ଲକ୍ଷପତି ବନିଗଲେ ଶ୍ରମଜୀବୀ, ଖଣିରୁ ପାଇଲେ ୫୦ ଲକ୍ଷର ହୀରା

Published By : Prameya-News7 Bureau | July 21, 2020 IST

ପନ୍ନା ୨୧।୭: କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ଦୀର୍ଘ ୬ ମାସ ଧରି ଖଣିରେ ହୀରା ଖୋଜୁଥିବା ଶ୍ରମିକଙ୍କୁ ଶେଷରେ ସଫଳତା ମିଳିଛି । ଖଣିରୁ ଏକ ବଡ ହୀରାଟିଏ ମିଳିଛି । ଏହାପରେ ଯେମିତି ଶ୍ରମିକଙ୍କ ଭାଗ୍ୟ ବଦଳିଯାଇଛି ।

କରୋନା ଭାଇରସ୍ ସଙ୍କଟ ଯୋଗୁଁ ଚାରିଆଡେ ଆର୍ଥିକ ମାନ୍ଦାବାସ୍ତା ଦେଖାଦେଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ପନ୍ନା ଜିଲ୍ଲାର ଜଣେ ସାଧାରଣ ଶ୍ରମିକଙ୍କୁ ହୀରା ଖଣିରୁ ୧୦.୬୯ କ୍ୟାରେଟ୍ ର ହୀରା ମିଳିଛି । ଯାହାର ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।

ପନ୍ନା ଜିଲ୍ଲାର ଶ୍ରମିକ ଜଣଙ୍କ ରାଣୀପୁର ସ୍ଥିତ ଖଣିରେ ଗତ ୬ ମାସ ହେବ ହୀରା ଖୋଜୁଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଛି । ସେ ଏକ ବଡ ହୀରାଟିଏ ପାଇଛନ୍ତି । ଏହାପରେ ଶ୍ରମିକ ଜଣଙ୍କର ଖୁସି ଦ୍ବିଗୁଣିତ ହୋଇଯାଇଛି । ହୀରାଟିକୁ ପାଇବା ପରେ ଶ୍ରମିକ ଏବଂ ତାଙ୍କ ସାଥୀମାନେ ତାହାକୁ ହୀରା କାର୍ଯ୍ୟାଳୟରେ ଜମା କରିଦେଇଛନ୍ତି । ଏହାପରେ ହୀରା କାର୍ଯ୍ୟାଳୟରେ ଦେଖିବା ପାଇଁ ଭିଡ ଜମିଥିଲା । ଏହା ପୂର୍ବରୁ ମଧ୍ୟ ଏହି ଖଣିରୁ ଶ୍ରମିକଙ୍କୁ ହୀରା ମିଳିଛି ।

ସେପଟେ ହୀରା ଅଧିକାରୀଙ୍କ କହିବା ଅନୁସାରେ ଦୀର୍ଘ ସମୟ ପରେ ଏହି ଖଣିରୁ ଏତେ ବଡ ହୀରା ମିଳିଛି । ଯାହାକୁ ବିଧିବଦ୍ଧ ଭାବେ ହୀରା କାର୍ଯ୍ୟାଳୟରେ ଜମା କରିଦିଆଯାଇଛି । ଏହାକୁ ନିଲାମ କରାଯିବ । ହୀରାର ନିଲାମୀ ପରେ ରୟାଲିଟି ଏବଂ ଟ୍ୟାକ୍ସ କଟାଯାଇ ସମସ୍ତ ଅର୍ଥରାଶି ଶ୍ରମିକଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ମୂଲ୍ୟବାନ୍ ହୀରା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି । କଥାରେ କୁହାଯାଏ ଯେ, ବୁନ୍ଦେଲଖଣ୍ଡରେ ରତ୍ନ ପଥର ପୋତି ହୋଇରହିଛି । ଯାହାର ଭାଗ୍ୟ ସାଥ୍ ଦିଏ ସେ ଭାଗ୍ୟଶାଳୀ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.