ଉଦଳାରେ ଚିକିତ୍ସା ଅବହେଳାରୁ ପ୍ରସୂତି ମହିଳା ମୃତ

Published By : Prameya-News7 Bureau | August 25, 2018 IST

ମୟୁରଭଞ୍ଜ ୨୫/୮:ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଦ୍ମପୋଖରୀ ଗ୍ରାମର ରଶ୍ମିତା ମହାପାତ୍ରଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତି କରାଯାଇଥିବାବେଳେ ଦିନ ବେଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ରଶ୍ମିତା ଡାକ୍ତରଖାନାର ଏକ କେବିନରେ ଚିକିତ୍ସାଧୀନ ରହିଥିବାବେଳେ ରାତ୍ର ସମୟରେ ତାଙ୍କର ଯନ୍ତ୍ରଣା ବଢିବା ସହିତ ରକ୍ତସ୍ରାବ ହୋଇଥିଲା । ଯାହାକି ତାଙ୍କ ନିକଟରେ ଥିବା ତାଙ୍କ ମାଆ ରଜନୀ ଝିଅର ଏପରି ଅବସ୍ଥା ଦେଖି ବାରମ୍ବାର ଡାକ୍ତର ଏବଂ ନର୍ସଙ୍କ ପାଖକୁ ଯାଇଥିଲେ । ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ ଥିବାବେଳେ ନର୍ସମାନେ ତାଙ୍କ କଥାକୁ ଶୁଣି ନଥିଲେ । ଯାହାଫଳରେ ଚିକିତ୍ସା ନ ପାଇ ନର୍ସ ଓ ଡାକ୍ତରଙ୍କ ଅବହେଳା କାରଣରୁ ଶେଷରେ ରାତିରେ ଆଖି ବୁଜିଲେ ରଶ୍ମିତା । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏ ନେଇ ମୃତ ରଶ୍ମିତାଙ୍କ ବାପଘର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.