ପାରାଦୀପ IOCL ଫାଟକ ସମ୍ମୁଖରେ କଳାପତାକା ପ୍ରଦର୍ଶନ, ୧୧ଦଫା ଦାବି ନେଇ ଶ୍ରମିକ ସଂଘର ଆନ୍ଦୋଳନ

Published By : Prameya-News7 Bureau | February 10, 2020 IST

ପାରାଦୀପ ୧୦।୨: ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ପକ୍ଷରୁ ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ପ୍ରଦର୍ଶନ। ୧୧ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ । ଦୀର୍ଘଦିନ ହେବ ସଙ୍ଘର ଶତାଧିକ ଶ୍ରମିକ ତୈଳବିଶୋଧନାଗାରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ଶ୍ରମିକମାନଙ୍କର ମୌଳିକ ସମସ୍ୟା ଉପରେ କମ୍ପାନୀ ଦୄଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

{"id":222613,"sizeSlug":"large"}

ବିନା କାରଣରେ ଶ୍ରମିକଙ୍କୁ ଛଟେଇ କରିବା, ଠିକ୍ ସମୟରେ ଦରମା ନ ଦେବା, ସୁରକ୍ଷା ସରଞ୍ଜାମ ଯୋଗାଇ ନଦେବା ତା ଛଡା କମ୍ପାନୀ ଭିତରକୁ ଯିବା ପାଇଁ ଫାଟକ ନିକଟରୁ କୌଣସି ବ୍ୟବସ୍ଥା ନ କରିବା ଏହିଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକମାନେ।

{"id":222614,"sizeSlug":"large"}

ତେବେ ଆଜି ସକାଳୁ ଏକ ଶୋଭାଯାତ୍ରା କରି କମ୍ପାନୀ ବିରୋଧରେ ନାରାବାଜି କରିଥିଲେ ଓ ଏହି କଳାପତାକା ଦୁଇ ଦିନ ଧରି ପ୍ରଦର୍ଶନ କରାଯିବ। ଯଦି ଏଥିପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଦୄଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ସମ୍ପାଦକ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.