Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆସନ୍ତା ୨୬ରେ କୋଇଲା ଖଣି ଶ୍ରମିକ ସଂଗଠନର ୨୪ ଘଣ୍ଟିଆ ଆନ୍ଦୋଳନ, ସବୁ ଖଣି ଆଗରେ ପ୍ରତିବାଦ ଓ ଧର୍ମଘଟ

21/11/2020 at 5:07 PM

ଅନୁଗୋଳ ୨୧।୧୧: ଆସନ୍ତା ୨୬ତାରିଖରେ କୋଇଲା ଖଣିରେ କାର୍ଯ୍ୟରତ ୩ ପ୍ରମୁଖ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଲାଣି । ୧୨ଦଫା ଦାବି ନେଇ ୨୪ଘଣ୍ଟିଆ ଆନ୍ଦୋଳନ କରିବ ଶ୍ରମିକ ସଂଗଠନ । ସବୁ କୋଇଲା ଖଣି ଆଗରେ କରିବେ ପ୍ରତିବାଦ ଏବଂ ଧର୍ମଘଟ ।

କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇବ ୩ଟି ପ୍ରମୁଖ ଶ୍ରମିକ ସଂଗଠନ। ୧୨ଦଫା ଦାବି ନେଇ INTUC, HMS ଏବଂ AITUC ଶ୍ରମିକ ସଂଗଠନ ୨୪ ଘଣ୍ଟିଆ ଆନ୍ଦୋଳନ କରିବ । ଭରତପୁର ବ୍ରାହ୍ମଣୀ କ୍ଲବଠାରେ ଏହି ପ୍ରମୁଖ ୩ଟି ଦଳର ମୁଖ୍ୟ ନେତାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।

୧୨ଦଫା ଦାବି ମଧ୍ୟରେ ମୁଖ୍ୟତଃ ବାଣିଜ୍ୟିକ ଭିତ୍ତିରେ କୋଲ୍ ମାଇନ୍ସକୁ ବ୍ୟବହାର କରାନଯାଉ । କୋଲ୍ ମାଇନ୍ସରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ, CMPF ସହିତ EPF କୁ ମିଶ୍ରଣ କରାନଯାଉ । କୋଲ ଇଣ୍ଡିଆଠାରୁ CMPDI କୁ ଅଲଗା କରାନଯାଉ । ନୂଆଁ ଲେବର କୋଡ଼ କୁ ତୁରନ୍ତ ବନ୍ଦ କରାଯାଉ । ୨୦୧୭ରୁ ୨୦ ଲକ୍ଷ ଟଙ୍କାର ଗ୍ରାଚୁଟି ଦିଆଯାଉ । ବିଭିନ୍ନ କାରଣରୁ ବନ୍ଦ ହୋଇଥିବା କୋଲ ମାଇନ୍ସକୁ ପୁଣିଥରେ ଚାଲୁ କରିବା ଏବଂ କୌଣସି କାରଣରୁ ବନ୍ଦ ହେବାକୁ ଥିବା କୋଲ ମାଇନ୍ସକୁ ଚାଲୁ କରିବା ପାଇଁ ମଧ୍ୟ ଦାବି ରହିଛି।

ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରିବା ସହ ମିଳିତ ଭାବେ ପ୍ରତ୍ୟେକ ମାଇନ୍ସରେ ଏକ ପ୍ରସ୍ତୁତି ବୈଠକ ହେବ ବୋଲି ମଧ୍ୟ ସୂଚନା ରହିଛି । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ଏହି ପ୍ରମୁଖ ତିନି ଶ୍ରମିକ ସଂଗଠନ । ସର୍ବଭାରତୀୟ ସ୍ତରରେ ଏହି ବନ୍ଦ ଡ଼ାକରାରେ ଅନ୍ୟାନ୍ୟ ଶ୍ରମିକ ସଂଗଠନ ସାମିଲ ହେବେ ବୋଲି ମଧ୍ୟ ସୂଚନା ମିଳିଛି।

   Related Posts