Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ

27/10/2020 at 10:32 AM

ଅନୁଗୋଳ ୨୭।୧୦: ଅନୁଗୋଳ ମେଡିକାଲରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଦୁଇ ଦିନ ତଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ତାର ତନାଘନା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ମେଡିକାଲରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ହେଲେ ପଥରଗଡ ଗ୍ରାମର ଶଶୀକାନ୍ତ ଦେହୁରୀ । ତାଙ୍କ ବୟସ ୪୫ ବର୍ଷ । ବିଷାକ୍ତ ମଦ ପିଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ କରିଛନ୍ତି । ଏବେ ତାଙ୍କ ମୃତଦେହ ଶବାଗୃହରେ ରହିଛି ।

ଶଶୀକାନ୍ତଙ୍କ ବ୍ୟତୀତ ସେହି ଗ୍ରାମରେ ଆଉ ଦୁଇ ଜଣଙ୍କର ଦୁଇ ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଛି ତାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ । ଏହା ବ୍ୟତୀତ ଅନ୍ୟ ଜଣେ ଅନୁଗୋଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏମାନେ ସମସ୍ତେ ୨ ଦିନ ତଳେ ଗାଁର ଜଣଙ୍କ ଘର ସେଟରିଂ କାମ କରି ସାରିବା ପରେ ସନ୍ଧ୍ୟାରେ ମଦ ପିଇଥିବା ଘରଲୋକ କହୁଛନ୍ତି । ତେବେ ଏ ସମ୍ପର୍କରେ ପୁରୁଣାକୋଟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି ଅବକାରୀ ବିଭାଗ ତଦନ୍ତ କରି ନାହାନ୍ତି । ଆଜି ଅବକାରୀ ବିଭାଗ ଓ ପୋଲିସ ତଦନ୍ତ କରିପାରେ ବୋଲି ସୂଚନା ମିଳୁଛି ।

   Related Posts