ଜଗନ୍ନାଥ ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି, ପେ ସ୍ଲିପ୍ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

Published By : Prameya-News7 Bureau | July 24, 2019 IST

ବଡବିଲ ୨୪|୭: କେନ୍ଦୁଝର ବଡବିଲ ଉଲିବୁରୁରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ପିଲେଟ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି । ପେ ସ୍ଲିପ୍ ଦାବିରେ ଆଜି କାରଖାନାର ଶତାଧିକ ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସି ରହିଛନ୍ତି ଶ୍ରମିକ । ନିଯୁକ୍ତିର ଦେଢ଼ ବର୍ଷ ପରେ କମ୍ପାନୀ ପକ୍ଷରୁ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଏବଂ ପରିଚୟ ପତ୍ର ପ୍ରଦାନ କରାଯାଇଛି । ମାତ୍ର ବାରମ୍ବାର ଦାବି ସତ୍ତ୍ବେ ସେମାନଙ୍କୁ ପେ ସ୍ଲିପ୍ ଦିଆଯାଉନାହିଁ । ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଏଥି ସହିତ ଶ୍ରମିକଙ୍କୁ ଛୁଟି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚାଇ ଦେଇଛନ୍ତି ଆନ୍ଦୋଳନକାରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.