ରାସ୍ତା ପାର ହେବାବେଳେ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | May 15, 2021 IST

ଢେଙ୍କାନାଳ ୧୫।୫: ଢେଙ୍କାନାଳ ଜୋରନ୍ଦା ମହିମା ଗାଦୀ ଛକରେ ଶ୍ରମିକଙ୍କୁ ଧକ୍କା ଦେଲା ବାଇକ୍ । ଫଳରେ ଶ୍ରମିକ ଜଣଙ୍କ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଗୁରୁତର ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ସ୍ଥାନୀୟ ଜୋରନ୍ଦାର ବିଜୟ ଦେହୁରୀ ବୋଲି ଜଣାପଡିଛି । ଶନିବାର ଭୋର ସମୟରେ ବିଜୟ କାମକୁ ଯିବାପାଇଁ ରାସ୍ତା ଅତିକ୍ରମ କରୁଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇ ପଳାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.