ପାଣି ପାଇପ୍ କାମ ବେଳେ ଧସିଲା ମାଟି ଅତଡା, ପୋତି ହୋଇ ଶ୍ରମିକ ମୃତ
23/12/2019 at 2:20 PM

ଭୁବନେଶ୍ବର ୨୩।୧୨: ପାଣି ପାଇପ୍ କାମ ବେଳେ ମାଟି ତଳେ ପୋତି ହୋଇଗଲେ ଶ୍ରମିକ । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ଜେମାଦେଇପୁରରେ । ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ପିଏଚଡି ପକ୍ଷରୁ ପାଇପ୍ ଲାଇନ୍ କାମ ଚାଲିଥିବା ବେଳେ ମାଟି ଧସିଯାଇଥିଲା । ଫଳରେ ଜଣେ ଶ୍ରମିକ ମାଟି ତଳେ ପୋତିହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ତୁରନ୍ତ ସ୍ଥାନୀୟ ଲୋକେ ଲାଗିପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀ ମାଟି ଖୋଳି ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।
Related Posts
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021