ପାରାଦୀପ ବନ୍ଦରରେ ଶ୍ରମିକଙ୍କ ଉପରେ ଚଢିଗଲା ଆଇରନ୍ ବୋଝେଇ ଟ୍ରକ୍

Published By : Prameya-News7 Bureau | November 01, 2019 IST

ପାରାଦୀପ ୧।୧୧: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟରେ ଦୁର୍ଘଟଣା ହୋଇଛି। ଜଣେ ଶ୍ରମିକ ଉପରେ ଚଢିଗଲା ଆଇରନ୍ ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଶ୍ରମିକଙ୍କର ମୄତ୍ୟୁ ହୋଇଛି । ମୃତ ଶ୍ରମିକ ହେଉଛନ୍ତି ୫୮ବର୍ଷ ବୟସ୍କ ଗନ୍ଧର୍ବ ଗୌଡ । ତାଙ୍କ ଘର ଗଞ୍ଜାମ ଅଞ୍ଚଳର ଚାଟମୁଣ୍ଡୁଳି ବୋଲି ଜଣାପଡିଛି।

{"id":177516}

ଗତକାଲି ବିଳମ୍ବିତ ରାତିରେ ବନ୍ଦର ଭିତରେ ଥିବା ଆଇ.ଥ୍ରୀ ଆଇରନ୍ ପ୍ଲଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏନେଇ ପାରାଦୀପ ଆଦର୍ଶ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଶ୍ରମିକ ଏଫସିଆଇ ୟୁନିଅନର ସଭ୍ୟ ଥିବା ଜଣାପଡିଛି। କ୍ଷତି ପୂରଣ ଦାବିରେ ବନ୍ଦର ଭିତରେ ୟୁନିଅନ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.