ଭୋପାଲ ୯।୧: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ପରୀକ୍ଷାମୂଳକ କରୋନା ଟିକା ନେଇ ଜଣେ ସ୍ୱୟଂସେବୀ ପ୍ରାଣ ହରାଇଛନ୍ତି। ମୃତକ ଦୀପକ ମରାବୀ ଜଣେ ଶ୍ରମିକ ଓ ତାଙ୍କ ବୟସ ୪୭ ବର୍ଷ ବୋଲି କୁହାଯାଇଛି। ସେ କୋଭାକ୍ସିନ ଲାଗି ସ୍ୱୟଂ ସେବକ ଭାବେ ଟିକା ନେଇଥିଲେ। ଟିକାକରଣର ୯ ଦିନ ପରେ ତାଙ୍କର ଅଚାନକ ମୃତ୍ୟୁ କରୋନା ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
{"id":389657,"sizeSlug":"large","linkDestination":"none"}ଦୀପକଙ୍କ ପୁଅ ଆକାଶ ମରାବୀଙ୍କ ଅନୁସାରେ ତାଙ୍କ ପିତା ଡିସେମ୍ବର ୧୨ ତାରିଖ ଦିନ କରୋନା ଟିକାର କ୍ଲିନିକାଲ ଟ୍ରାୟଲରେ ଅଂଶଗ୍ରହଣ କରିଥିଲେ। ଏହାର ୭ ଦିନ ପରେ ଅର୍ଥାତ ଡିସେମ୍ବର ୧୯ ତାରିଖରେ ସେ ଅଚାନକ ଅସୁସ୍ଥ ହୋଇପଡିବା ସହ ବାନ୍ତି କରିଥିଲେ। ତେବେ ଏହା କୌଣସି ସାଧାରଣ ଅସୁସ୍ଥତା ନଥିଲା ବୋଲି ଆକାଶ କହିଛନ୍ତି।
{"id":389662,"width":581,"height":305,"sizeSlug":"large","linkDestination":"none"}ଟିକା ନେବା ପରେ ତାଙ୍କ ବାପା ମୂଲ ମଜୁରି କରିବାକୁ ଯାଉନଥିଲେ। ଘରେ ଥିବା ବେଳେ ଅସୁସ୍ଥ ହୋଇଥିବା କହିଥିବା ବେଳେ ମରାବୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଶରୀରରୁ ବିଷ ଠାବ ହୋଇଥିଲା ଉଲ୍ଲେଖ ରହିଛି। ମାମଲାରେ ପ୍ୟୁପିଲସ୍ ମେଡିକାଲ କଲେଜ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି। କ୍ଲିନିକାଲ ଟ୍ରାୟଲରେ ଟିକା ନେବା ପରେ ଅସୁସ୍ଥ ହୋଇ ଶ୍ରମିକ ପ୍ରାଣ ହରାଇବା ଘଟଣା ଜାନୁୟାରୀ ୮ ତାରିଖରେ ଜଣାପଡିଛି। ତେବେ ଦେଶରେ ସାମୂହିକ ଟିକାକରଣ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଖବର ଏବେ ଟିକା ନେବା ଲାଗି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।