‘ମୋ ସରକାର’ରେ ସାମିଲ ହେବ ଶ୍ରମ ବିଭାଗ, ଦାଦନ ରୋକିବାକୁ ମୁଖ୍ୟମନ୍ତ୍ରୀ କରିବେ ବଡ ଘୋଷଣା

Published By : Prameya-News7 Bureau | December 23, 2019 IST

ଭୁବନେଶ୍ବର ୨୩।୧: ଦାଦନ ରୋକିବାକୁ ଶ୍ରମ ବିଭାଗର ଆକ୍ସନ ପ୍ଲାନ । ବାହାର ରାଜ୍ୟ ଏବଂ ବିଦେଶକୁ କାମ କରିବାକୁ ଯାଉଥିବା ଶ୍ରମିକଙ୍କ ମନିଟରିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ସେ କହିଛନ୍ତି ବିଦେଶକୁ ଯାଉଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସହ ସମନ୍ବୟ ରକ୍ଷା କରିବାକୁ ଦିଲ୍ଲୀଠାରେ ସ୍ବତନ୍ତ୍ର ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଦାଦନ ରୋକିବାକୁ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିବେ ।

ଦାଦନ ସମସ୍ୟା ଦଶନ୍ଧିରୁ ଚାଲିଛି, ଯାହାର କାରଣ ସଚେତନତାର ଅଭାବ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ଏହି ସମସ୍ୟା ଅଧିକ । ଏହି  ୩ ଜିଲ୍ଲା ପାଇଁ ଆରମ୍ଭ ହୋଇଥିବା ଯୋଜନାର କାର୍ଯ୍ୟକାରିତା ଉପରେ ଫୋକସ କରୁଛୁ ବୋଲି  ମନ୍ତ୍ରୀ ସୁଶାନ୍ତ ସିଂକହିଛନ୍ତି । ୨୦୨୦  ଜାନୁଆରୀ ମାସରେ ‘ମୋ ସରକାର’ରେ ସାମିଲ ହେବ ଶ୍ରମ ବିଭାଗ ।  ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।

୫ ରାଜ୍ୟରେ ଓଡ଼ିଶା ଶ୍ରମିକଙ୍କ ପାଇଁ ହେଲ୍ପଡେସ୍କ ଖୋଲାଯାଇଛି । ଏହି ୫ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପିଲାଙ୍କୁ ରଖିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.