ଆବୁଧାବିରୁ ଗାଁରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

Published By : Prameya-News7 Bureau | August 10, 2019 IST

ବ୍ରହ୍ମପୁର ୧୦|୮: ଦୀର୍ଘ ୯ ଦିନ ପରେ ଆବୁଧାବିରୁ ଫେରିଲା ଶ୍ରମିକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ପଥରା ଗ୍ରାମର ବସନ୍ତ କୁମାର ସାଧବଙ୍କ ମୃତଦେହ ଆଜି ଗାଁକୁ ଫେରିଛି ।

{"id":142823}

ସୂଚନାଯୋଗ୍ୟ ଯେ, ଗତ ୧୧ ମାସ ତଳେ କାମ କରିବା ପାଇଁ ଆବୁଧାବି ଯାଇଥିଲେ । ଗତ ୨ ତାରିଖରେ ତାଙ୍କ ଦେହ ହଠାତ୍ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାୟାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକ ମୃତଦେହକୁ କିପରି ଆଣିବେ ସେ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ । ସେ ଜଣେ ଶ୍ରମିକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିବ ବୋଲି ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କହିଛନ୍ତି । ତାଙ୍କ ମୃତ ଦେହ ଦୁବାଇରୁ ଦିଲ୍ଲୀ ପରେ  ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲା । ସେଠାରୁ ଗଞ୍ଜାମ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଅଣାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଲଷ୍ମୀକାନ୍ତ ସେଠୀ, ଜିଲ୍ଲାପରିଷଦ ସୋନାମ ପଲେଇ, ଜିଲ୍ଲା ଶ୍ରମ ଅଧିକାରୀ ଶିବାନାରାୟଣ ସାହୁ ପରିବାରଙ୍କୁ ୨ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.