କାମ କରୁଥିବା ବେଳେ ସମ୍ପ୍‌ରେ ଭର୍ତ୍ତି ହୋଇଗଲା ପାଣି, ସମସ୍ତଙ୍କ ଆଖି ସାମ୍ନାରେ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | March 06, 2019 IST

ଭୁବନେଶ୍ବର ୬|୩:  ରାଜଧାନୀ ଭୁବନେଶ୍ବରର ଭିଏସଏସ ନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଭିଏସଏସ ନଗର ତାରିଣୀ ବସ୍ତିରେ ପାଣି ପାଇପ୍ ଲାଇନ୍ କାମ ଚାଲିଥିବାବେଳେ ଶ୍ବାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ନୂଆପଲ୍ଲୀ ଗଣପତି ବସ୍ତିର ରୁଦ୍ର ଦୋରା ।

{"id":91172}

ସୂଚନାଯୋଗ୍ୟ ଯେ,  ଭିଏସଏସ ନଗର ତାରିଣୀ ବସ୍ତିରେ ଥିବା ଏକ ପାଣି ସମ୍ପର କାମ ଚାଲିଥିଲା । କାମ ଚାଲିଥିବାବେଳେ ସମ୍ପ୍ ରେ ପାଣି ନଥିଲା । କାମ କରୁଥିବାବେଳେ ରୁଦ୍ର ଦୋରାଙ୍କ ହାତ ସମ୍ପ୍ ର ଚାବି ଭିତରେ ଫଶିଯାଇଥିଲା । ହାତଟିକୁ ମୁକୁଳାଇବା ପାଇଁ ରୁଦ୍ର ଉଦ୍ୟମ କରୁଥିବାବେଳେ ହଠାତ୍ ସମ୍ପ୍ ରେ ପାଣି ଆସିଯାଇଥିଲା । ସମ୍ପ୍ ଟି କିଛି ମିନିଟ୍ ମଧ୍ୟରେ ଭର୍ତ୍ତି ହୋଇଯାଇଥିଲା । ସେଠାରେ ଥିବା ଲୋକମାନେ ରୁଦ୍ରଙ୍କ ଗୋଟିଏ ହାତ ଧରି ଟାଣିଥିଲେ ମଧ୍ୟ ଅନ୍ୟ ହାତଟି ଫଶି ରହିଥିବାରୁ ତାଙ୍କୁ ଉପରକୁ ଟାଣି ଅଣାଯାଇପାରିନଥିଲା ।

{"id":91173}

ପାଣି ଭିତରେ ଶ୍ବାସରୁଦ୍ଧ ହୋଇ ରୁଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତଙ୍କ ଆଖି ସାମ୍ନାରେ ଏହି ଘଟଣା ଘଟୁଥିଲା ଓ ରୁଦ୍ର ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ଏହି ଘଟଣା ପରେ  ଘଟଣାସ୍ଥଳରୁ ଠିକାଦାର ଫେରାର ହୋଇଯାଇଥିଲେ । ଠିକାଦାରଙ୍କ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଠିକାଦାର ଗିରଫ ଦାବିରେ ସ୍ଥାନୀୟଲୋକେ ସହିଦନଗର ଥାନା ଘେରାଉ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.