କଟକରେ ଲେବୁଲ କ୍ରସିଂ ଅଣ୍ଡର ପାସ କାମ ଚାଲିଛି

Published By : Prameya-News7 Bureau | August 11, 2018 IST

କଟକ ୧୧/ ୮ :- କଟକ ଶିଖରପୁର ରେଲ୍ଓ୍ବେ ଲେବଲ୍ କ୍ରସିଂ ନିକଟରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅଣ୍ଡରପାସ୍ କାମ । ଯୋବ୍ରା ଓ ଶିଖରପୁର ଭିତରେ ପଡୁଥିବା ଏହି ଲେବଲ୍ କ୍ରସିଂ ରେଳ ଯାତାୟତ କାରଣରୁ ବହୁତ ସମୟ ବନ୍ଦ ରହିଥାଏ । ଫଳରେ ସ୍କୁଲ, କଲେଜ ପିଲାଙ୍କଠାରୁ ଆରମ୍ଭ କରି ଜରୁରୀ ସେବାର ଯାନବାହାନ ଓ ସାଧାରଣ ଯାତ୍ରୀ ସମସ୍ତେ ଅସୁବିଧାରେ ପଡିଥାନ୍ତି । ବାରମ୍ବାର ଦାବି ପରେ ରେଳବାଇ ପକ୍ଷରୁ ଏବେ ଏଠାରେ ଅଣ୍ଡର୍ପାସ କାମ ଜାରି ରହିଛି । ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେଏହି ଅଣ୍ଡର୍ପାସ କାମ ସରିଲେ ଲୋକଙ୍କ ସମସ୍ୟା ତୁଟିବ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.