୮ ମାସର ଜାଆଁଳା ଶିଶୁଙ୍କୁ ଘରେ ଛାଡି ପ୍ରତିଦିନ ଡ୍ୟୁଟି କରୁଛନ୍ତି ଲ୍ୟାବ ଟେକନିସିଆନ

Published By : Prameya-News7 Bureau | April 16, 2020 IST

ମାୟପୁର ୧୬/୦୪ : କରୋନା ମହାମାରୀ ସ୍ଥିତି ଦିନକୁ ଗମ୍ଭୀର ହେବାକୁ ଲାଗିଲାଣି | ସ୍ଥିତି ନିୟନ୍ତ୍ରଣ କରିବାରେ ସମସ୍ତେ ନିଜ ନିଜ କର୍ତବ୍ୟ ପାଳନ କରୁଛନ୍ତି | ଏହିଭଳି ପରିସ୍ଥିତିରେ ନିଜ ଶିଶୁଙ୍କୁ ଘରେ ଛାଡି ନିଜ ଜୀବନକୁ ବିପଦରେ ପକାଇ ସ୍ୱାସ୍ଥ୍ୟ ବିଭାଗର ଅନେକ ମହିଳା ନିଜ ଦାୟିତ୍ୱ ପାଳନ କରୁଛନ୍ତି | ଏମାନଙ୍କ ମଧ୍ୟରୁ ଜଣେ ଅଛନ୍ତି ଭାଲୋଡ ତହସିଲର କଞ୍ଜୋଡର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ ମୟୁରୀ ବେନ ଜିଗର ଭୋଇ ଯୋଶୀ | ସେ ୪ ବର୍ଷ ହେଲା ଲ୍ୟାବ ଟେକନିସିଆନ ଅଛନ୍ତି |

ପୁଣା ପାଟିଆ ସୁରଟରେ ରହୁଥିବା ମୟୂରୀ ବେନ ନିଜର ୮ ମାସର ଜାଆଁଳା ଶିଶୁଙ୍କୁ ସ୍ୱାମୀ ଏବଂ ମା'ଙ୍କ ଭରସାରେ ଛାଡି ପ୍ରତିଦିନ କଣଯୋଡ ଯାଆନ୍ତି | ସେ ପ୍ରତିଦିନ ବସରେ ଯିବା ଆସିବା କରୁଥିଲେ | କିନ୍ତୁ ଲକଡାଉନ ଯୋଗୁଁ ସମସ୍ତ ବସ ବନ୍ଦ ଥିବାରୁ ବର୍ତ୍ତମାନ ସେ ସ୍କୁଟିରେ ପ୍ରତିଦିନ ୭୫ କିମି ଦୂର ଯିବା ଆସିବା କରୁଛନ୍ତି |  

ଏହିଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଘର ପରିବାର ଛାଡି ଏହିଭଳି ସଙ୍କଟ ସମୟରେ ଦାୟିତ୍ୱ କରୁଛନ୍ତି | ଆଉ ଜଣେ ମହିଳା କର୍ମଚାରୀ ଦୀପ ବେନ ନୟନଭାଇ ପଟେଲ ଷ୍ଟାଫ ନର୍ସ ଅଛନ୍ତି | ସେ ଗତ ୪ ବର୍ଷ ହେଲା ଡ୍ୟୁଟି କରୁଛନ୍ତି | ତାଙ୍କର ଗୋଟିଏ ବର୍ଷକର ଝିଅ ଅଛି | ଝିଅକୁ ସ୍ୱାମୀ ଓ ମା ପାଖରେ ଛାଡି ପ୍ରତିଦିନ ଯିବା ଆସିବା କରୁଛନ୍ତି | ସେ ପ୍ରତିଦିନ ଅଲୁ ବୋରିୟାରୁ କଣଯୋଡ ଯିବା ଆସିବା କରନ୍ତି | ଆଉ ଜଣେ ମହିଳା କର୍ମଚାରୀ ହେଲେ ପ୍ରତିମା ବେନ ଚୌଧୁରୀ | ସେ ୫ ବର୍ଷ ହେଲା ପିଏଚସିରେ ଫାର୍ମାସିଷ୍ଟ ଅଛନ୍ତି | ବର୍ତ୍ତମାନ ସେ ଗର୍ଭବତୀ ଅଛନ୍ତି | ତଥାପି ବି ଏହିଭଳି ପରିସ୍ଥିତିରେ ସେ ନିଜ ଦାୟିତ୍ୱ କରୁଛନ୍ତି | ସେ ପ୍ରତିଦିନ ବାଲୋଡରୁ କଣଯୋଡ ଯିବା ଆସିବା କରନ୍ତି | ଏହାଛଡା ଦର୍ଶନା ବେନ ଏବଂ ସୋଲଙ୍କି ନାମକ ଦୁଇ ଜଣ ମହିଳା କର୍ମଚାରୀ ୩ ବର୍ଷ ହେଲା ବାଲୋଡରୁ କଣଯୋଡ ଯିବା ଆସିବା କରନ୍ତି | ସେମାନେ କଣଯୋଡ ପିଏଚସିରେ କାମ କରନ୍ତି | ନିକଟରେ ତାଙ୍କର ଆଖି ଅପରେସନ ହୋଇଥିଲା | ତଥାପି ସେ ଛୁଟିରେ ନ ରହି ଏହିଭଳି ପରିସ୍ଥିତିରେ ନିଜ ଦାୟିତ୍ୱକୁ ପ୍ରାଧାନ୍ୟ ଦେଇ ସଠିକ ଭାବେ ଦାୟିତ୍ୱ ତୁଲାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.