ସ୍ପିନର ଏଲ. ଶିବରାମକ୍ରିଷ୍ଣାନଙ୍କ ନୂଆ ଇନିଂସ, ବିଜେପି ଟିମ୍‌ରେ ଏବେ ବିରୋଧୀଙ୍କୁ କରିବେ ବୋଲ୍ଡ...

Published By : Prameya-News7 Bureau | December 31, 2020 IST

ଚେନ୍ନାଇ, ୩୧।୧୨:   ଭାରତୀୟ ଦଳର ପୂର୍ବତନ ସ୍ପିନର  ଏଲ ଶିବରାମକ୍ରିଷ୍ଣାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଭାରତ ତରଫରୁ ୯ଟି ଟେଷ୍ଟ ଓ ୧୬ଟି  ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଅଶୀ ଦଶକରେ ସେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ ।

ସେ ବହୁତ କମ ବୟସରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।ସେ ୧୭ ବର୍ଷ ୧୧୮ ଦିନରେ ଟେଷ୍ଟ କ୍ରିକେଟ ଖେଳିଥିଲେ । ଏହାସହ ୧୯୮୫ ଚାମ୍ପିଅନ୍ସ  ଟ୍ରଫିରେ ଭାରତୀୟ ଦଳର ସଦସ୍ୟ ଥିଲେ ।

{"id":385193,"sizeSlug":"large","linkDestination":"none"}

କ୍ରିକେଟରୁ ଅବସର ନେବା ପରେ ସେ ଭାଷ୍ୟକାର ଭାବେ କାର୍ଯ୍ୟ କରୁଥିଲେ । ଭାଷ୍ୟକାର ଭାବେ ସେ ଅନେକ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, କ୍ରିକେଟର ଭାବେ ସେ ସେପରି କିଛି କରିବା ପାଇଁ ସୁଯୋଗ ପାଇ ନାହାଁନ୍ତି । ତେବେ ରାଜନୀତିରେ ପାଦ ଦେଇ ସେ କିଛି କରିବାକୁ ଚାହାଁନ୍ତି । କ୍ରୀଡା ଜଗତରେ ସେ ୪୦ ବର୍ଷ ଧରି କାମ କରିଛନ୍ତି । ଏବେ ସେ ଜୀବନରେ  ଅନ୍ୟ  ଏକ ଚ୍ୟାଲେଞ୍ଜ୍ ପାଇଁ କାମ କରିବେ । ଏହାସହ ରାଜ୍ୟ ତଥା ରାଜ୍ୟ ବାସିନ୍ଦାଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.