ଜଙ୍ଗଲ ନିଆଁରେ ଜଳିଗଲା ଏଲଆଣ୍ଡଟି କମ୍ପାନୀର ଅସ୍ଥାୟୀ କ୍ୟାମ୍ପ, ଆସବାବପତ୍ର ପୋଡି ପାଉଁଶ

Published By : Prameya-News7 Bureau | March 07, 2021 IST

ତେଲକୋଇ,୦୭/୦୩: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଖୁଣ୍ଟାପଡା ଗାଁ ନିକଟ ପାଞ୍ଚଗୋଛିଆ ଜଙ୍ଗଲରେ ନିଆଁ ଲାଗିଛି । ନିଆଁରେ ଏଲଏଣ୍ଡଟି କମ୍ପାନୀର ଅସ୍ଥାୟୀ କ୍ୟାମ୍ପଟି ଜଳିଯାଇଛି ।

{"id":418985,"sizeSlug":"large","linkDestination":"none"}

ଶନିବାର ବିଳମ୍ବିତ ରାତିରେ ଜଙ୍ଗଲରେ ଲାଗଥିବା ନିଆଁର ପ୍ରକୋପରେ ରାସ୍ତା କଡରେ ଥିବା ଅସ୍ଥାୟୀ କ୍ୟାମ୍ପଟି ଜଳି ଯାଇଥିଲା । କ୍ୟାମ୍ପରେ କେହି ନଥିବା ବେଳେ ଘଟଣାଟି ଘଟିଥିଲା । ଫଳରେ କ୍ୟାମ୍ପରେ ରହୁଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ତେଲକୋଇ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।କ୍ୟାମ୍ପରେ ଥିବା କିଛି ସିମେଣ୍ଟ ଓ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.