୪୩୨୦କୋଟି ଟଙ୍କାରେ କସମେଟିକ୍ ବ୍ୟବସାୟର ୫୧ ପ୍ରତିଶତ ଭାଗ ବିକିବେ କାଇଲି ଜେନର

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ ୨୦/୧୧: ସୋଶିଆଲ ମିଡିଆ ସେଲିବ୍ରିଟି ଏବଂ ରିୟଲିଟି ଟିଭି ଷ୍ଟାର କାଇଲି ଜେନର ନିଜର କସମେଟିକ୍ କମ୍ପାନୀର ୫୧ପ୍ରତିଶତ ଭାଗ ବିକିବାକୁ ଯାଉଛନ୍ତି। ୨୨ବର୍ଷ ବୟସ୍କା କାଇଲି ନିଜର କମ୍ପାନୀ ​କାଇଲି କସମେଟିକକୁ ୪୩୨୦କୋଟି ଟଙ୍କାରେ ନ୍ୟୁୟର୍କର କସମେଟିକ୍ କମ୍ପାନୀ କୋଟିକୁ ବିକିବେ।

{"id":187075,"sizeSlug":"large"}

କୋଟି ପାଖରେ କଭରଗାର୍ଲ ଭଳି ଅନେକ ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ବ୍ରାଣ୍ଡ ରହିଛି। କୋଟି କାଇଲି କସମେଟିକ୍ ଭାଲ୍ୟୁଏସନ୍ ୧.୨ ଆରବ ଡଲାର କରିଛନ୍ତି। ଡିଲ୍ ଅନୁସାରେ କୋଟି କାଇଲି ବ୍ରାଣ୍ଡର ନାଁ ବଦଳିବେ ନାହିଁ। ଡିଲ୍ ଆର୍ଥିକ ବର୍ଷ ୨୦୨୦ମସିହାର ତୃତୀୟ ତ୍ରିମାସିକରେ ପୂରା ହେବାର ଆଶା ରହିଛି। କସମେଟିକ୍ ବ୍ରାଣ୍ଡରୁ କୋଟିର ଆୟ ଗତ ବର୍ଷ ୧୭.୭କୋଟି ଡଲାର ରହିଥିଲା। କମ୍ପାନୀ ଆଶା କରୁଛି ଯେ ଏହି ପାର୍ଟନରସିପ୍ ଦ୍ବାରା ଆଗାମୀ ୩ବର୍ଷ ଯାଏଁ ବାର୍ଷିକ ଏକ ପ୍ରତିଶତରୁ ଅଧିକ ରାଜସ୍ବ ବୃଦ୍ଧିର ଆଶା ରହିଛି।

{"id":187076,"sizeSlug":"large"}

କାଇଲି ବିଶ୍ବର ସବୁଠୁ କମ୍ ବୟସର କୋଟିପତି ମଧ୍ୟରୁ ଜଣେ। ଗତ ବର୍ଷ ତାଙ୍କ କମ୍ପାନୀ ପାଖାପାଖି ୩୬କୋଟି ଡଲାରର ଉତ୍ପାଦ ବିକ୍ରି କରିଥିଲା। ଫୋର୍ବସ୍ ୨୦୧୮ତାଲିକାରେ ତାଙ୍କୁ ୟଙ୍ଗେଷ୍ଟ ସେଲ୍ଫ-ମେଡ ବିଲେନିୟର ଘୋଷିତ କରିଥିଲା।

{"id":187077,"sizeSlug":"large"}

କାଇଲି ଜେନରଙ୍କ ସୋଶିଆଲ ମିଡିଆରେ ୨୭କୋଟିରୁ ଅଧିକ ଫଲୋଅର ଅଛନ୍ତି। ଉଭୟ କମ୍ପାନୀ ଗତ ସୋମବାର ପାର୍ଟନରଶିପର ଘୋଷଣା କରି କହିଥିଲେ ଯେ ଏହା ଦ୍ବାରା କାଇଲି ବ୍ରାଣ୍ଡର ବିଶ୍ବବ୍ୟାପି ପ୍ରସାର ଏବଂ ନୂଆ କ୍ୟାଟେଗରି ସହ ଜଡ଼ିତ ହେବାକୁ ସୁଯୋଗ ମିଳିବ।

{"id":187078,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.