ପ୍ରଥମ ଥର ପାଇଁ ବିନା ମେକଅପରେ ନଜର ଆସିଲେ କାଇଲି ଜେନର : ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ୍

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫/୪: ପୂରା ବିଶ୍ବ କରୋନା ଭାଇରସର ଆତଙ୍କ ଭୋଗୁଛି। ପ୍ରତି ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନାର ପ୍ରକୋପକୁ କମ୍ କରିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଏହି ସମୟରେ ଘର ବାହାରେ ନଜର ଆସିଥିବା କାଇଲି ଜେନରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

wp:core-embed/twitter {"url":"https://twitter.com/BeyonceLeague/status/1252354614936006656","type":"rich","providerNameSlug":"twitter","className":""}
https://twitter.com/BeyonceLeague/status/1252354614936006656
/wp:core-embed/twitter

କାଇଲି ଜେନରଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଫଟୋରେ କାଇଲି ଜେନର ଧଳା ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି। କାଇଲିଙ୍କ ହାତରେ ଚିପ୍ସ ପ୍ୟାକେଟ୍ ଥିବାବେଳେ ସେ ବିନା ଚପଲରେ ନଜର ଆସିଛନ୍ତି। ଏହି ଫଟୋର ଖାସ୍ କଥା ହେଉଛି ଯେ ଭିନ୍ନ ଭିନ୍ନ ମେକଅପ୍ ପାଇଁ ପ୍ରସିଦ୍ଧ କାଇଲି ବିନା ମେକଅପରେ ନଜର ଆସିଛନ୍ତି। କାଇଲି ତାଙ୍କ ବେଷ୍ଟ ଫ୍ରେଣ୍ଡ ଷ୍ଟେସିଙ୍କୁ ଭେଟିବାକୁ ଯାଇଥିଲେ ଯିଏ ତାଙ୍କ ପଡ଼ୋଶୀ ମଧ୍ୟ। ସେମାନେ ପୋର୍ଚ ବାହାରେ ପରସ୍ପରକୁ ଭେଟିଥିଲେ।

{"id":259996,"sizeSlug":"large"}

୪୬୦କୋଟିରୁ ଅଧିକ ଟଙ୍କାର ମାଲିକାଣୀ ୨୨ବର୍ଷ ବୟସ୍କା କାଇଲିଙ୍କ ଇନଷ୍ଟାଗ୍ରାମରେ ୧୭କୋଟିରୁ ଅଧିକ ଫ୍ୟାନ୍ ଅଛନ୍ତି। ନିକଟରେ କାଇଲି ସୋସିଆଲ ମିଡିଆରେ ଫ୍ରାନ୍ସଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ନିଜେ କାଇଲି ରାସ୍ତାରେ ନଜର ଆସୁଛନ୍ତି। ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଫ୍ୟାନ୍ସ ଏହାକୁ ନେଇ ନିଜ ନିଜର ରାୟ ରଖୁଛନ୍ତି।

{"id":259997,"sizeSlug":"large"}

କାଇଲି ଟେଲିଭିଜନ୍ ସିରିଜ କିପିଙ୍ଗ୍ ଅପ ଓ୍ବିଥ ଦ କାର୍ଦଶିୟନରୁ ଚର୍ଚ୍ଚିତ ହୋଇଥିଲେ। ସେଠାରେ ସେ ନିଜର କସମେଟିକ୍ କମ୍ପାନୀ କାଇଲି ଲିପ୍ କିଟ୍ ୨୦୦୭ମସିହାରେ ଲଞ୍ଚ କରିଥିଲେ। ସେ ଫ୍ୟାଶନ୍ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରଭାବଶାଳୀ ସେଲିବ୍ରିଟିଭାବେ ଗଣା ଯାଆନ୍ତି।

{"id":259999,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.